ରାଜ୍ୟରେ ୫ଦିନ ଧରି ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା, ୩ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ୫ଦିନ ଧରି ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଘଡଘଡି ସହ କାଳବୈଶାଖୀ ନେଇ ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ସୁନ୍ଦରଗଡ, ମୟୁରଭଂଜ ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ସତର୍କ ରହିବାକୁ ରାଜ୍ୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Odisha Sun Times

ବିଶେଷ କରି ଉତ୍ତର ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାରେ ମଧ୍ୟ କାଳବୈଶାଖୀର ପ୍ରଭାବ ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Odisha Sun Times

ଗତ ଶନିବାର ୬ଟି ସହରର ତାପମାତ୍ରା ୪୦ଡିଗ୍ରି ଟପିଯାଇଛି । ମାଲକାନଗିରିରେ ସର୍ବାଧିକ ୪୨.୬ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଟିଟିଲାଗଡରେ ୪୧.୫ଡିଗ୍ରି , ଅନୁଗୁଳରେ ୪୦.୭ ଡିଗ୍ରି ଛୁଇଁଥିଲା ପାରଦ । ସୋନପୁରରେ ୪୦.୬ଡିଗ୍ରିରେ ପହଁଚି ଯାଇଥିଲା। ଝାରସୁଗୁଡାରେ ମଧ୍ୟ ପାରଦ ୪୦ ଡିଗ୍ରି ଛୁଇଁଥିଲା । କଟକରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରି ଥିଲା । ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ୪ ଡିଗ୍ରି ବି ପାରଦ ୪୦.୧ଡିଗ୍ରିରେ ପହଂଚିଯାଇଥିଲା ।

ସମ୍ବନ୍ଧିତ ଖବର