ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୧୧ଟି ସ୍ଥାନରେ କାଳବୈଶାଖୀ ସହ ୫୦ରୁ ୬୦କିମି ବେଗର ବହିବ ପବନ

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୧ଟି ଜିଲ୍ଲାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସୂଚନା ଜାରି କରାଯାଇଛି। ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, ଗଜବତି ଓ ଗଞ୍ଜାମ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଘରୁ ବହାରିବା ବିପଦପୂର୍ଣ୍ଣ । ତେଣୁ ଝଡ଼ବର୍ଷା ଓ କୁଆପଥର ମାଡ ସମୟରେ ଘରୁ ନବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।

ଆଗାମୀ ମଇ ୧୫ସୁଦ୍ଧା ମୌସୁମୀ କେରଳ ଛୁଇଁବ । ଜୁନ୍‌ ପ୍ରଥମ ସପ୍ତାହରେ ଓଡ଼ିଶା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଯାହାଫଳରେ ଓଡ଼ିଶା ବାସୀଙ୍କୁ ଖରା ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ସମୟରେ ବଲାଙ୍ଗୀରରେ ସବାଧିକ ତାପମାତ୍ର ୪୨.୭ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ସର୍ବନିମ୍ନ ତାପମାତ୍ର ସୁନ୍ଦରଗଡ଼ରେ ରହିଛି। ସୁନ୍ଦରଗଡ଼ରେ ତାପମାତ୍ର ୨୧ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଉତ୍ତର ଅଭ୍ୟନ୍ତରୀୟ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେଉଥିବା ବେଳେ ଓଡ଼ିଶାର ବାକି ସ୍ଥାନର ପାଗ ଶୁଖିଲା ରହିଛି।

ସମ୍ବନ୍ଧିତ ଖବର