ମାଲକାନଗିରି: ମାଲକାନଗିରିସ୍ଥିତ ବାଲିସାଗରକୁ ଏବେ ଉନ୍ନତିକରଣ କରାଯାଉଛି। କୋଟି0କୋଟି ଟଂକା ବ୍ୟୟରେ ଏହି ବାଲି ସାଗରକୁ ପୁନଃ ମରାମତି ସହ ଏହାର ଉନ୍ନତୀକରଣ କରାଯାଉଥିବା ବେଳେ ସାଗର ପାର୍ଶ୍ବରେ ଥିବା ଘରଗୁଡିକ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସାଗରର ହୁଡ଼ାଗୁଡିକ ବହୁ ଉଚ୍ଚା ହୋଇଥିବା ବେଳେ ପାର୍ଶ୍ବରେ ଥିବା ଘରଗୁଡିକ ପ୍ରାୟ ୨୦ ଫୁଟ ତଳେ ରହିଛି। କାଳବୈଶାଖୀ ବର୍ଷା ହେବା ଯୋଗୁଁ ଏହି ତଳିଆ ଲୋକେ ବହୁ ହଇରାଣ ହୋଇଛନ୍ତି। ବର୍ଷାର ପାଣି ନିଷ୍କାସନ ହୋଇନପାରି ଏହି ଘରଗୁଡିକରେ ଭର୍ତ୍ତି ହୋଇଯାଇଥଇଲା। ଯାହାଫଳରେ ଘରର ସମସ୍ତ ଆସବାବପତ୍ର ଏବଂ ଦୈନନ୍ଦିନ ସାମଗ୍ରୀ ପାଣିରେ ଭିଜେ ନଷ୍ଟ ହୋଇଥିଲା।ଏପରିକି ଘରେ ରହିବା ପାଇଁ ମଧ୍ୟ କୌଣସି ଜାଗା ରହିଲା ନାହିଁ। ଛୋଟଛୋଟ ପିଲାମାନଙ୍କୁ ନେଇ ପରିବାର ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା।

Advertisment

ତେବେ ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ, ଯଦ୍ବାରା ଲୋକେ ଆଗକୁ ଆହୁରି ହଇରାଣ ହେବେ ବୋଲି କୁହାଯାଉଛି। ଆଗକୁ ବର୍ଷା ଦିନ ଦିନ ଧରି ଲାଗି ରହିବ। ତେଣୁ ଏମାନଙ୍କ ଘର ମଧ୍ୟ ସଂପୂର୍ଣ୍ଣ ପାଣିରେ ବୁଡ଼ି ରହିବ। ତେଣୁ ଏବେ ଠାରୁ କୌଣସି ଉପାୟ ନକଲେ ଏହି ଅଂଚଳରେ ରହୁଥିବା ବହୁ ଲୋକ ହଇରାଣ ହେବେ। ତେବେ କାଳବୈଶାଖୀର ପ୍ରବଳ ବର୍ଷାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଘର ଏବେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତୁରନ୍ତ ପ୍ରଶାସନ ତରଫରୁ କୌଣସି ସମାଧାନର ବାଟ ବାହାର ନକଲେ ଏହି ପରିବାର ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ ବୋଲି କୁହାଯାଇଛି।