ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବୁଧବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଓ ଖଣ୍ଡହଥା ପଞ୍ଚାୟତରେ ସର୍ବାଧିକ କ୍ଷତି ହୋଇଥିବା ଜଣାପଡ଼ିଛି। ଲୋକଙ୍କର ଘର ଛାଉଣୀରେ ବ୍ୟବହାର ହୋଇଥିବା କିଛି ଆଜବେଷ୍ଟସ ସିଟ୍ ଉଡାଇ ନେଇଥିବା ବେଳେ ବିଶାଳକାୟ ଗଛ ଉପୁଡିପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଛି। କାଳବୈଶାଖୀ ଝଡ଼ ପ୍ରଭାବରେ ଅଧଘଣ୍ଟା ଯାଏଁ ମଧ୍ୟମଧରଣର ବର୍ଷା ହୋଇଛି। ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିବାରୁ ସମଗ୍ର ଅଞ୍ଚଳ ଅନ୍ଧାର ହୋଇଯାଇଛି।
ସୂଚନା ଅନୁସାରେ ବହଲପଦର ପଞ୍ଚାୟତର ଅଧିକାଂଶ ଗାଁ କାଳବୈଶାଖୀର ସାମ୍ନା କରିଛି। ରାତି ପ୍ରାୟ ସାଢ଼େ ୮ଟାରୁ ଆରମ୍ଭ ହୋଇଥିବା ଏହି ଝଡ଼ ଘଣ୍ଟାଏ ଯାଏଁ ପ୍ରଳୟ ରଚିଛି। ପବନର ବେଗ ଏତେ ତୀବ୍ର ଥିଲା ଯେ, ଅନେକ ଲୋକଙ୍କର ଘର ଛାଉଣୀରେ ବ୍ୟବହୃତ ହୋଇଥିବା ଆଜବେଷ୍ଟସ୍ ଉଡାଇନେଇଛି। ବହଲପଦର ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗ୍ରାମରେ ଝଡ଼ ସର୍ବାଧିକ କ୍ଷତି କରିଛି। ଗାଁର ଚୈତନ୍ୟ ସାହୁଙ୍କ ଘରୁ ୧୫ଟି ଆଜବେଷ୍ଟସ୍ ସିଟ୍ ଉଡାଇନେଇଛି। ସେହିପରି କବିନ୍ଦ୍ର ମାଝୀଙ୍କ ଘରୁ ମଧ୍ୟ ପବନ ଆଜବେଷ୍ଟସ ଉଡାଇଛି। ଗାଁ ମଝିରେ ଥିବା ଏକ ବିଶାଳ ତେନ୍ତୁଳି ଗଛ ଉପୁଡ଼ି ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଛି। ବଡ଼ଧରଣର ଝଡ଼ ଯୋଗୁଁ ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି।
/sambad/media/post_attachments/wp-content/uploads/2023/05/bb17a24b-fe2c-4ca4-97da-ba21ea366f6b-e1684949367246.jpg)
କାଳବୈଶାଖୀ ପ୍ରଭାବରେ ବହଲପଦର ପଞ୍ଚାୟତର ବିଶ୍ବାଳପାଲି, ଚିଙ୍ଗିରାନାଲି, ପାତ୍ରପାଲି, ଖଣ୍ଡାହତା ପଞ୍ଚାୟତର ଅନେକଗୁଡ଼ିଏ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ, ବାତ୍ୟା ‘ଫନି’ର ନାଁ ଶୁଣିଥିଲୁ। କିନ୍ତୁ ଆଜି ଆମେ ଫନି ଭଳି କାଳବୈଶାଖୀକୁ ସାମ୍ନା କରିଛୁ। ପବନର ବେଗ ଏତେ ଥିଲା ଯେ, ଅନ୍ୟ କୌଣସି ଶବ୍ଦ ଶୁଣାଯାଉ ନଥିଲା। ପ୍ରାୟ ଅଧ ଘଣ୍ଟା ଯାଏଁ ଜୋର୍ରେ ପବନ ବହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ବୀରମହାରାଜପୁର.jpg)
