ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଠାରୁ ଆରମ୍ଭ କରି ଦକ୍ଷିଣ ଓଡ଼ିଶା, କେନ୍ଦ୍ରୀୟ ଉପକୂଳ ଓଡ଼ିଶା ଠାରୁ ଆରମ୍ଭ କରି ଦକ୍ଷିଣ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭୀଷଣ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆଜି ଅପରାହ୍ଣ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ମଙ୍ଗଳବାର, ୫ ମେ ଅପରାହ ୨ ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲରେ କାଳବୈଶାଖୀ ଜନିତ ଭୀଷଣ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ପବନର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର
୬ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Advertisment

publive-image Photo: Asit

ଅରେଞ୍ଜ ଓ୍ଵାର୍ଣ୍ଣିଂ

ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୬ଟି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ଜନିତ ଭୀଷଣ ଘୂର୍ଣ୍ଣିଝଡ଼ ହବ। ବିଜୁଳି, ଘଡ଼ଘଡ଼ି ଓ ବର୍ଷା ପବନର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି।

ୟେଲୋ ଓ୍ଵାର୍ଣ୍ଣିଂ

ସେହିପରି ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୬ଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହବ। ବିଜୁଳି, ଘଡ଼ଘଡ଼ି ଓ ବର୍ଷା ପବନର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି।
ଏଥିସହ ଆସନ୍ତା ମେ ୮ ତାରଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିବ ବୋଲି କହିଛି ପାଣିପାଗ ବିଭାଗ।