ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ଅଞ୍ଚଳରେ ଆଜି ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ବାଦଲ ଦେଖାଦେବା ସହ ପ୍ରବଳ ବେଗରେ ପବନ ବହିଛି। ଘଡ଼ଘଡ଼ି ହେବା ସହ ବିଜୁଳି ମାରିବା ଓ ପ୍ରବଳ କୁଆପଥର ବର୍ଷା ଦୀର୍ଘ ଏକଘଣ୍ଟା ଧରି ହୋଇଛି। ରାସ୍ତାଘାଟ ଡ୍ରେନ ବରଫମୟ ହୋଇଯାଇଥିଲା। ଦୀର୍ଘ ତିନି ଘଣ୍ଟା ଧରି ବର୍ଷା ଲାଗିରହିଥିଲା। କୁଆପଥର ମାଡ଼ ଯୋଗୁଁ ବ୍ୟାପକ ଆମ୍ବ, ଲିଚୁ ନଷ୍ଟ ହୋଇଥିଲା। ସେହିପରି ବ୍ୟାପକ ପରିବା  ଚାଷ ନଷ୍ଟ ହୋଇଥିବା ସୂଚନା ମିଳିଛି। କୁଆପଥର ମାଡ଼ ଯୋଗୁଁ ଚାଷୀ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି। ଚଳିତ ବର୍ଷ ଭଲ ଆମ୍ବ ଏବଂ ଲିଚୁ ଆଦାୟ ହୋଇଥିବା ବେଳେ ପ୍ରବଳ ପବନ ସାଙ୍ଗକୁ ଦୀର୍ଘ ସମୟ କୁଆପଥର ମାଡ଼ ଚାଷୀଙ୍କ ପାଇଁ ଦାଉ ସାଜିଲା।

Advertisment

publive-image

କୁଆପଥର ବର୍ଷାରେ ସ୍ଥାନୀୟ ଅଞ୍ଚଳବାସୀ ବେଶ ମଜା ଉଠେଇଛନ୍ତି। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ କୁଆପଥର ବର୍ଷାକୁ ଭରପୁର ମଜ୍ଜା ଉଠେଇବା ସହ ନିଜ ନିଜ ମୋବାଇଲରେ ଭିଡିଓ କରି ନିଜ ନିଜ ସୋସିଆଲ ପେଜରେ ଛାଡି ଥିବା ଦେଖୁବାକୁ ମିଳିଛି। କୁଆପଥର ମାଡ଼ରେ ସ୍ଥାନୀୟ ଅଞ୍ଚଳରେ ଶହଶହ ବାଦୁଡି ମୃତ୍ୟୁବରଣ କରିଥିବା ସୂଚନା ମିଳୁଛି। କୁଆପଥର ମାଡ଼ ଯୋଗୁଁ ବାଦୁଡିମାନେ ଆହତ ହୋଇ ଗଛରୁ ତଳେ ପଡି ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। କୁଆପଥର ମାଡ଼ରେ ଲୋକଙ୍କ ଘର ଆଜବେଷ୍ଟ ନଷ୍ଟ ହୋଇଥିବା ଖବର ମିଳିଛି।

publive-image