ଭୁବନେଶ୍ୱର:  ରାଜ୍ୟରେ ବୁଧବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫେବ୍ରୁଆରି ୧୯ରେ  ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। 

Advertisment

ସେହିପରି ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ହାରାହାରି ୯୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ୩୦ ମିମି ଯାଏ ବର୍ଷା ହୋଇପାରେ ।

ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ କଟକରେ ୫ରୁ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

ଅପରପକ୍ଷରେ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳର ଗଞ୍ଜାମ, ଗଜପତି ଓ ଫୁଲବାଣୀରେ ସ୍ବଳ୍ପ  ବର୍ଷା ହୋଇପାରେ । ୧୯ରେ ଭଦ୍ରକ ଓ ମୟୂରଭଞ୍ଜର ଅଳ୍ପ କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୨୦ରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ବିସ୍ତୃତ ଅଞ୍ଚଳରେ ୨୦ରୁ ୨୫ମିମି ବର୍ଷା ସମ୍ଭାବନା ଅଛି। ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ୧୦ରୁ ୨୦ମିମି ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ: ରାଜ୍ୟ ବଜେଟ୍‌ରେ ଜିଲ୍ଲାକୁ ଅଣଦେଖା: ଶିଳ୍ପ ଓ ପର୍ଯ୍ୟଟନର ବିକାଶକୁ ଭୁଲିଗଲେ ସରକାର

ସେହିପରି  ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ଅନେକ ସ୍ଥାନରେ ୧୦ରୁ ୧୫ମିମି ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ୫ରୁ ୧୦ମିମି ବର୍ଷା ହୋଇପାରେ । ୨୨ରେ ଭଦ୍ରକ, ବାଲେଶ୍ୱର ଓ ୨୩ରେ ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । 

ତେବେ ୨୧ ତାରିଖରେ ବର୍ଷାର ପରିମାଣ କମିବ। ଏହା ସହିତ ୨୩ ତାରିଖ ସନ୍ଧ୍ୟା ପରେ ବର୍ଷା ଛାଡ଼ିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

ଅଧିକ ପଢ଼ନ୍ତୁ: ୩୦ କି.ମି.ଦୂରରେ ମେଟ୍ରିକ୍‌ ପରୀକ୍ଷା କେନ୍ଦ୍ର: ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ