ରାଉରକେଲା: ସୋମବାର ସଂଧ୍ୟାରେ ସ୍ମାର୍ଟସିଟିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପବନ ସହ ମୁଷଳଧାରାରେ ବର୍ଷା ଯୋଗୁଁ ଇସ୍ପାତ ସହରାଞ୍ଚଳରେ ବହୁ ଅଞ୍ଚଳରେ କ୍ଷୟକ୍ଷତି ହୋଛି। କେଉଁଠି ଗଛ, ବିଦ୍ୟୁତ୍ ଖୁଣ୍ଟି କାର, ଅଟୋ, ସ୍କୁଟି ଉପରେ ପଡି ଭାଙ୍ଗିଯାଇଛି। ଅନ୍ୟ କେଉଁଠି ଗଛ ଉପୁଡି ଘର ଭାଙ୍ଗିବା ସହ ପ୍ରମୁଖ ରାସ୍ତା ଜାମ ହୋଇଛି।

Advertisment

publive-image

ପବନର ପ୍ରଭାବରେ ବିଦ୍ୟୁତ୍ ଖୁଣ୍ଟି ଓ ଚାକୁଣ୍ଡା ଗଛ ଉପୁଡି ସେକ୍ଟର-୨ ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି) ସମ୍ମୁଖ ରାସ୍ତାରେ ଛିଡା ହୋଇଥିବା ମାରୁତି କାର୍ ଉପରେ ପଡିଥିଲା। କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ କାରରେ କେହି ନଥିବାରୁ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ସେକ୍ଟର-୧, ଏ ଓ ଡି ବ୍ଲକରେ ଗଛ ପଡି କିଛି ଆଜବେଷ୍ଟସ ଘର ଭାଙ୍ଗି ଯାଇଛି। କିଛି ଜାଗାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିଛି। ଏନ୍ଆଇଟି ନିକଟ ମଙ୍ଗ ବସ୍ତିରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ପଡି ୩ରୁ ଅଧିକ ଘର ଭାଙ୍ଗି ଯାଇଛି।

publive-image

ଗଛ ଉପୁଡି ପଡିବାରୁ ସେକ୍ଟର-୨ ରାଉରକେଲାରୁ ଜଗଦା ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଯାଇଥିବା ପ୍ରମୁଖ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆର୍‌ଏସ୍‌ପି ଉଦ୍ୟାନ କୃଷି ବିଭାଗ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ଅବରୋଧ ହଟାଇବା ସହ ବିଦ୍ୟୁତ୍ ମରାମତି କାମ ଜାରି ରଖିଛନ୍ତି।