ଏହି ସବୁ ଜିଲ୍ଲାମାନଙ୍କରେ ହୋଇପାରେ ଝଡ-ବର୍ଷା, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେବେ ହୋଇପାରେ ପବନ ସହ ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଝଡ ସହ ବର୍ଷା ହୋଇପାରେ | ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ଠାରୁ ଆସନ୍ତାକାଲି(୧୧.୦୪.୨୦୨୧) ମଧ୍ୟରେ କନ୍ଧମାଳ, ନୟାଗଡ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ,ଦେବଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡ-ବର୍ଷା ହୋଇପାରେ |

ସେହିପରି ଆସନ୍ତା ୧୧ ତାରିଖଠାରୁ ୧୨ ତାରିଖ ସକାଳ ୮ଟା ୩୦ ମଧ୍ୟରେ କନ୍ଧମାଳ,ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, କଟକ, କେଉଁଝର, ମୟୁରଭଞ୍ଜରେ ଝଡ-ବର୍ଷା ହୋଇପାରେ |


ଆସନ୍ତା ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ ବୌଦ୍ଧ, ଗଞ୍ଜାମ, ଗଜପତି,କୋରାପୁଟ, ରାୟଗଡା, ନୟାଗଡ, କଟକ, କେଉଁଝର, ମୟୁରଭଞ୍ଜରେ ଝଡ-ବର୍ଷା ହୋଇପାରେ | ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର