ରାଜ୍ୟର ଏହି ସବୁ ସ୍ଥାନରେ ଝଡବର୍ଷା ସହ ହୋଇପାରେ ବଜ୍ରପାତ

ଭୁବନେଶ୍ୱର: ଆସନ୍ତା ୨୮ ଓ ୨୯ ତାରିଖରେ ପୂର୍ବ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ତାତିରୁ ନିସ୍ତାର ମିଳିପାରେ | କାରଣ ଆସନ୍ତା ୨୮ ତାରିଖରୁ ୨୯ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ | ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ଆସନ୍ତା ୨୮ ତାରିଖ ସକାଳ ୮.୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ |

ଭାରତୀୟ ପାଣିପାଗ ବିଭାଗ ଏହି ଜିଲ୍ଲାମାନଙ୍କ ପାଇଁ ୟେଲୋ ‌ୱାର୍ଣ୍ଣିଂ ଜାରି କରିଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି | ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ମୁତାବକ ୨୯ ତାରିଖ ସକାଳ ୮ଟା ୩୦ରୁ ୩୦ ତାରିଖ ସକାଳ ୮ଟା ୩୦ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ମଧ୍ୟ ବଜ୍ରପାତ ସହ ଝଡବର୍ଷା ହେବାର ଆଶଙ୍କା ରହିଛି |

ସମ୍ବନ୍ଧିତ ଖବର