କାଳବୈଶାଖୀ ତାଣ୍ଡବ: ଉଡ଼ିଲା ଛାତ, ଗଛ ଭାଙ୍ଗି ରାସ୍ତା ଅବରୋଧ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ଭୁର୍ତ୍ତିଗଡ଼ ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ଲୋକଙ୍କ ଚାଳଛପର ଓ ଆଜବେଷ୍ଟ ଉଡ଼ି ଯାଇଥିବା ବେଳେ ଅନେକ ଘର ଭାଙ୍ଗିଥିବା ସୂଚନା ମିଳିଛି।

ସେହିପରି ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକ ନିଜ ଉଦ୍ୟମରେ କିଛି ସ୍ଥାନରେ ଗଛ କାଟି ରାସ୍ତାରୁ ହଟାଇଥିବା ଜଣାପଡ଼ିଛି। ବର୍ତ୍ତମାନ ବି କିଛି ସ୍ଥାନରେ ଗଛ ପଡ଼ିଥିବାରୁ ଯିବାଆସିବାରେ ବହୁ ଅସୁବିଧା ଦେଖାଦେଇଛି। ଭୁର୍ତ୍ତିଗଡ଼ ସମିତିସଭ୍ୟା ଦେବୀ ମହାନନ୍ଦ ବିଭିନ୍ନ ଗାଁ ବୁଲିବା ସହ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର