ଅପରାହ୍ଣ ସାଢ଼େ ତିନିଟା ସୁଦ୍ଧା ରାଜ୍ୟର ଷୋହଳଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶନିବାର ଅପରାହ୍ଣ ୧୨: ୩୦ ରୁ ୩: ୩୦ ମଧ୍ୟରେ ରାଜ୍ୟର ଷୋହଳଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗସୂତ୍ରରୁ ପ୍ରକାଶ।

ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ସମ୍ବଲପୁର, ବରଗଡ଼, ସୋନପୁର ଏବଂ ଦେଓଗଡ଼।

ସମ୍ବନ୍ଧିତ ଖବର