ଆସନ୍ତାକାଲି ହେବ ଟିଆଇ ପରେଡ୍; ଦୁଷ୍କର୍ମକାରୀକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟଅଭିଯୁକ୍ତ ଗିରଫ ବିବନ ବିଶ୍ବାଳର ହେବ ଟିଆଇ (ଟେଷ୍ଟ ଆଇଡେଣ୍ଟିଫିକେସନ) ପରେଡ୍  । ଏଥିପାଇଁ ସ୍ବତନ୍ତ୍ର ସିବିଆଇ ଜଜ୍ ଅନୁମତି ଦେଇଛନ୍ତି । ଆସନ୍ତାକାଲି ଝାରପଡ଼ା ଜେଲରେ ଜେଏମଏଫସି ସୁଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ କରାଯିବ । ଏଥିପାଇଁ ସିବିଆଇର ଏକ ଟିମ ଅଞ୍ଜନା ମିଶ୍ରଙ୍କୁ ନେଇ ଝାରପଡ଼ା ଜେଲ ଯିବ । ଦିନ ୧୦ଟା ପରେ ଏହି ଟିଆଇ ପରେଡ ହେବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିବନକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲେ ମଧ୍ୟ କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ୪ ଓ ୫ ତାରିଖ ଦୁଇଦିନ ପାଇଁ ବିବନକୁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି ।

ଏହି ଟିଆଇ ପରେଡ ସମ୍ପର୍କରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି ଯେ ଦୀର୍ଘ ୨୨ ବର୍ଷ ପରେ ସେ ଅଭିଯୁକ୍ତକୁ ଚିହ୍ନିବା କଷ୍ଟକର ବ୍ୟାପାର । କିନ୍ତୁ ସେ ଚେଷ୍ଟା କରିବେ ।

ସମ୍ବନ୍ଧିତ ଖବର