ତିବ୍ବତୀୟ ଚିକିତ୍ସା ଶିବିର : ପାରମ୍ପରିକ ଚିକିତ୍ସାର ଯଥେଷ୍ଟ ଗୁରୁତ୍ୱ ରହିଛି

ଭୁବନେଶ୍ବର : ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଚୀନ ଓ ପାରମ୍ପରିକ ଚିକିତ୍ସା ବିଧିର ବହୁ ଗୁରୁତ୍ବ ରହିଛି। ଏହାର ଲୋକପ୍ରିୟତା ବି ବୃଦ୍ଧି ପାଇବାରେ ଲାଗିଛି। ଜୀବନଶୈଳୀରେ ପରିବର୍ତନ, ପୁଷ୍ଟିକର ଖାଦ୍ୟ, ଶାରୀରିକ ବ୍ୟାୟାମ ଓ ସ୍ବଚ୍ଛତା ଉତ୍ତମ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ। ୟୁନିଟ୍‌ ୧ସ୍ଥିତ ସରକାରୀ କ୍ବାର୍ଟର ଭିସି ୧/୨ରେ ଆୟୋଜିତ ୩ ଦିନିଆ ନିଃଶୁଳ୍କ ତିବ୍ବତୀୟ ଚିକିତ୍ସା ଶିବିର ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଏହି ଅବସରରେ ଧର୍ମଗୁରୁ ଦଲାଇଲାମାଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ସେୱାଙ୍ଗ ତାମ୍‌ଦିନ ସ୍ବାଗତ ଭାଷଣ ଦେବା ସହ ୧୯୮୨ ମସିହାରୁ ଏ ପର୍ଯ୍ୟନ୍ତ ଭାରତରେ ତିବ୍ବତୀୟ ଚିକିତ୍ସାର ୭୨ଟି ଶାଖା ରହିଛି ବୋଲି କହିଥିଲେ। ଏଥିସହ ଆମର ମନ ସହ କିଭଳି ରୋଗର ସମ୍ବନ୍ଧ ରହିଛି, ସେ ବାବଦରେ କହିଥିଲେ। ଭୁବନେଶ୍ବର ତିବ୍ବତୀୟ ଚିକିତ୍ସା କେନ୍ଦ୍ରର ଆବାସିକ ଡାକ୍ତର ରିନ୍‌ଜିନ ମେନ୍‌ଲା,‌ ଆଷ୍ଟ୍ରୋ ବିଜ୍ଞାନ ପରାମର୍ଶଦାତା ତେନଜିନ ୟାଙ୍କି, ବୁଦ୍ଧିଷ୍ଟ ସନ୍ଥ ତେନ୍‌ଫେଲା, ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ସଚିବ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର