ପୁରୀ: ଆଉ ମାତ୍ର ଦିନକ ପରେ ରଥଯାତ୍ରା । ଏଥି ପାଇଁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍କଣ୍ଠା ରହିଛି । ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ କରୁଛନ୍ତି ଭକ୍ତ । ଏହାରି ଭିତରେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ ଆସିଛି ।
ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ବାହାରେ ଗୁମାସ୍ତାମାନେ ଟିକେଟ ବ୍ଲାକ କରୁଥିବା ପରି ସାଂଘାତିକ ଅଭିଯୋଗ ଉଠିଛି । ଭକ୍ତମାନେ ପଇସା ଦେଇ ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଗୁଆ କରୁଥିବା ଟିକେଟକୁ ପାରମାଣିକ ଟିକେଟ ବୋଲି କୁହାଯାଏ । ଏପରିକି ପୁଲିସ ଉପସ୍ଥିତିରେ ଟିକେଟ ବ୍ଲାକ କରାଯାଉଛି । ହେଲେ ଏନେଇ କୌଣସି ଅଭିଯୋଗ ହୋଇନାହିଁ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/puri-rw2-1.jpg)