ନବୀନ ନିବାସରେ ଟିକେଟ୍ ତନାଘନା : ୪ ଲୋକସଭା ଆସନରେ ନୂଆ ମୁହଁ!

ବିଧାୟକ ତାଲିକାରେ ବହୁ ନୂଆ ନେତା, ୪ ଲୋକସଭା ଓ ୨୮ ବିଧାନସଭାକୁ ନଜର, ନବୀନଙ୍କ ହାତରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ବର/ନବରଙ୍ଗପୁର/ଜୟପୁର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ଟିକେଟ୍‌ ପାଇଁ ଆଜିଠାରୁ କସରତ ଆରମ୍ଭ କରିଛନ୍ତି। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଭଳି ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ସନ୍ଧ୍ୟାେର ନବୀନ ନିବାସରେ ତନାଘନା ହୋଇଛି। ରାତି ୯ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା।

ବିେଜଡି ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ସଂପୃକ୍ତ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। େକଉଁ ଆସନରେ କାହାର ପଲା ଭାରି ରହିଛି, େକଉଁ େନତାମାେନ ଅଧିକ ଗ୍ରହଣୀୟ େସ େନଇ ବିଶଦ ଭାବେ ଆେଲାଚନା େହାଇଥିଲା। କିଛି ଆସନରେ ପର୍ଯ୍ୟବେକ୍ଷକମାେନ ଏକାଧିକ ଆଶାୟୀଙ୍କ ନାମ େଦଇଥିଲେ। ନି‌ଜେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି େନବେ େବାଲି ସଭାପତି ଶ୍ରୀ ପଟ୍ଟନାୟକ ପର୍ଯ୍ୟବେକ୍ଷକମାନଙ୍କୁ ଜଣାଇଛନ୍ତି। ତାଲିକାରେ ମାଳ ମାଳ ନୂଆ ମୁହଁଙ୍କ ନାମ ରହିଥିବା ସୂଚନା ମିଳିଛି।

ଯାହାକୁ ଟିକେଟ୍ ନ ମିଳିବ, େସ ବିେରାଧୀ ପକ୍ଷକୁ େଡଇଁବା ସମ୍ଭାବନା ଥିବାରୁ ବୈଠକର ଆେଲାଚନାକୁ ନେତାମାେନ ଅତ୍ୟନ୍ତ େଗାପନୀୟ ରଖିଛନ୍ତି। ଟିକେଟ୍ କାହାକୁ ମିଳିବ, ତାହା େଯତିକି ଗୁରୁତ୍ବପୂର୍ଣ୍ଣ, ଅସନ୍ତୁଷ୍ଟଙ୍କୁ ମନାଇବା ତା’ ଠାରୁ ଅଧିକ କାଠିକର ପାଠ େହାଇପଡିଛି।

ବିଜେଡିର ଶୀର୍ଷସ୍ତରରୁ ମିଳୁଥିବା ସୂଚନାକୁ ବିଶ୍ବାସ କରାଗଲେ, ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ବଦଳାଇପାରେ। ମନ୍ତ୍ରୀ ରମେଶ ମାଝୀଙ୍କୁ ଏଠାରେ ପ୍ର‌ାର୍ଥୀ କରାଯିବାକୁ ପ୍ରସ୍ତାବ ଆସିଛି। େକାରାପୁଟରେ ଝିନ୍ନ ହିକ୍କାଙ୍କୁ ମଧ୍ୟ ପରିବର୍ତନ କରାଯିବା ସମ୍ଭାବନା ଅଧିକ। ଇତିମଧ୍ୟରେ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ କୌଶଲ୍ୟା ହିକ୍କା ମୁଖ୍ୟମନ୍ତ୍ରୀଙ୍କୁ େଭଟିଥିଲେ। ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି ଓ ଇସ୍ତଫା ଗୃହୀତ ବି ହୋଇଛି। ବିେଜଡିର େଗାଟିଏ େଗାଷ୍ଠୀ ତାଙ୍କୁ ପ୍ରାର୍ଥୀ କରିବା ଲାଗି ପ୍ରସ୍ତାବ ରଖିଛନ୍ତି।

େସହିପରି ନବରଂଗପୁର ଜିଲ୍ଲାର ୪ଟି ଯାକ ବିଧାନସଭା ଆସନରେ ଦଳ ନୂଆ ମୁହଁ ଦେବାକୁ ବିଚାର କରୁଛି। ଉମରକୋଟ ଆସନରୁ ବିଧାୟକ ସୁବାସ ଗଣ୍ଡଙ୍କ ବଦଳରେ ଏଠାରୁ ତାଙ୍କ ପତ୍ନୀ ନବୀନା ଗଣ୍ଡଙ୍କୁ ପ୍ରାର୍ଥୀ କରାଯାଇପାରେ। ଝରିଗାଁ ନିର୍ବାଚନ ମଣ୍ଡଳୀରେ ବିଧାୟକ ତଥା ମନ୍ତ୍ରୀ ରମେଶ ମାଝୀଙ୍କ ସ୍ଥାନରେ ତାଙ୍କ ଭାଇ ପ୍ରକାଶ ମାଝୀ, ଡାବୁଗାଁ ଆସନରେ ନବରଂଗପୁର ବିଧାୟକ ମନୋହର ରନ୍ଧାରୀ ଏବଂ ନବରଂଗପୁର ଆସନରେ ନାଲକୋ ଚାକିରି ଛାଡ଼ି ଦଳରେ ସାମିଲ ହୋଇଥିବା ସଦାଶିବ ପ୍ରଧାନୀ ପ୍ରାର୍ଥୀ େହାଇପାରନ୍ତି।

କୋରାପୁଟ ଜିଲ୍ଲାରେ କୋଟପାଡ ଆସନରୁ ପଦ୍ମିନୀ ଦିଆନଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯାଉଥିବା ବେଳେ ଲକ୍ଷ୍ମୀପୁର ଆସନରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି ଏବଂ କୋଟପାଡ ଆସନରୁ ବିଜେପି ନେତା ଜୟରାମ ପାଙ୍ଗୀଙ୍କ ପୁଅ ତଥା କ୍ରିଟ୍ ଅଧ୍ୟକ୍ଷ ଅଶୋକ ପାଙ୍ଗୀଙ୍କ ନାମ ଶୁଣାଯାଉଛି।

ମାଲକାନଗିରି ଆସନରୁ ବିଧାୟକ ମାନସ ମାଡ଼କାମୀଙ୍କୁ ଦଳ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ କରିବାକୁ ବିଚାର କରୁଛି। ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ମୁକୁନ୍ଦ ସୋଢ଼ିଙ୍କୁ ମାଲକାନଗିରିରେ ଦଳୀ ପ୍ରାର୍ଥୀ କରିପାରେ। େସହିପରି େକାରାପୁଟରୁ ରଘୁରାମ େପାଡାଲ ଓ ଜୟପୁରରୁ ରବି ନନ୍ଦ କିମ୍ବା ତାଙ୍କ ପତ୍ନୀ ଇନ୍ଦିରା ନନ୍ଦ ପ୍ରାର୍ଥୀ େହାଇପାରନ୍ତି। ଆଜି ଶ୍ରୀ ନନ୍ଦଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ସୁପ୍ରିମୋ ତାଙ୍କ ସହିତ ଆେଲାଚନା କରିଥିବା ଜଣାପଡିଛି।

ପ୍ରକାଶଥାଉକି, ଗତ ୧୧ତାରିଖ ଦିନ ମୋତିରାମଙ୍କୁ ମନେଇବା ପାଇଁ ଦଳ ପକ୍ଷରୁ ଭୁବନେଶ୍ବରକୁ ଡକାଯାଇଥିଲା। ଆସନ୍ତା ନିର୍ବାଚନରେ ଡାବୁଗାଁ ଆସନ ପାଇଁ ମନୋହର ରନ୍ଧାରୀଙ୍କୁ ସହଯୋଗ କରିବା ପାଇଁ ରୋକଠୋକ୍ କୁହାଯାଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ଆଗାମୀ ଦିନରେ ବିଧାନ ପରିଷଦ ଗଠନ ହେଲେ ମୋତିରାମଙ୍କୁ ଥଇଥାନ କରିବାକୁ େନତୃତ୍ବ ଆଶା େଦଖାଇଛନ୍ତି।

କଳାହାଣ୍ଡି ଜିଲ୍ଲା ବିେଜଡି ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖୁଛି। ଏହି ଆସନରେ ପଞ୍ଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିଲା। ଏଣୁ ହାଇକମାଣ୍ଡ ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳାଇବା ଲାଗି ଏକ ବଡ଼ କସରତ ଚଳାଇଛନ୍ତି। ପୂର୍ବତନ ମନ୍ତ୍ରୀ ପୁେଷ୍ପନ୍ଦ୍ର ସିଂହଦେଓଙ୍କ ଉପରେ ଦଳର ନଜର ରହିଛି। ତାଙ୍କୁ ସାଂସଦ ପ୍ରାର୍ଥୀ କରିବା ଲାଗି େଗାଟିଏ ପକ୍ଷ କହୁଥିବା ବେଳେ ସେ କିନ୍ତୁ ଧର୍ମଗଡ ଆସନରେ ପ୍ରାର୍ଥୀ େହବା ଲାଗି ଆଗ୍ରହ େଦଖାଉଛନ୍ତି। ଅନ୍ୟଥା ସାଂସଦ ଅର୍କକେଶରୀ େଦଓଙ୍କ ପତ୍ନୀ ମାଳବିକାଙ୍କୁ ଦଳ ପ୍ରାର୍ଥୀ କରିପାରେ। ଏ େକ୍ଷତ୍ରରେ ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନିଷ୍ପତ୍ତି େନବେ। ସେହିଭଳି ଲାଞ୍ଜିଗଡରୁ ପ୍ରଦୀପ ଦିଶାରି, ନର୍ଲାରୁ ପୁେଷ୍ପନ୍ଦ୍ର ସିଂହଦେଓ (ପୁଷୁ)ଙ୍କ ନାମ ଉପରେ ଚର୍ଚ୍ଚା ଚାଲିଛି। ଏହାବ୍ୟତୀତ ଦିବ୍ୟଶଙ୍କର ମିଶ୍ରଙ୍କୁ େକଉଁଠାରୁ ପ୍ରାର୍ଥୀ କରାଯିବ େସ େନଇ ତର୍ଜମା ଜାରି ରହିଛି।

ବ୍ରହ୍ମୁପରରେ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଉପରେ ଲଗାତାର ତୃତୀୟ ଥର ପାଇଁ ଦଳ ଆସ୍ଥା ସ୍ଥାପନ କରିବ ନା କଂଗ୍ରେସରୁ ବିଜେଡିକୁ ଆସିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଟିକେଟ୍ ଦିଆଯିବ ତାହା ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଆସନ ସଂପର୍କରେ ଆଜି ସମସ୍ତ ତଥ୍ୟ ଶୁଣିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ତେବେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ରାଣୀ ଉଷା େଦବୀଙ୍କ ଆସନ ସୁରକ୍ଷିତ ଥିବା କୁହାଯାଉଛି। ସେହିପରି ପ୍ରଦୀପ ପାଣିଗ୍ରାହୀ କିମ୍ବା ତାଙ୍କ ପତ୍ନୀ ପ୍ରାର୍ଥୀ େହବେ, ତାହା ଜଣାପଡିନାହିଁ। ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ କିମ୍ବା ବିକ୍ରମ ପଣ୍ଡାଙ୍କ ମଧ୍ୟରୁ କାହାକୁ ବ୍ରହ୍ମପୁର ପ୍ରାର୍ଥୀ କରାଯିବ, ତାହା ବି ଚୂଡାନ୍ତ େହାଇନାହିଁ। ପାରଳାେଖମୁଣ୍ଡିରେ ଗତକାଲି ପୂର୍ବତନ ବିଧାୟକ କେ ନାରାୟଣ ରାଓ ଗୁପ୍ତ ବୈଠକ କରିଥିବା ବେଳେ ରାଜକୁମାରୀ କଲ୍ୟାଣୀ େଦବୀଙ୍କ ସଂପର୍କରେ ଦଳ କି ନିଷ୍ପତ୍ତି େନବ, ତାହାକୁ କର୍ମୀ ଅପେକ୍ଷା କରୁଛନ୍ତି। େମାହନା ନିର୍ବାଚନମଣ୍ଡଳୀ ଉପରେ ଦଳ ଚୂଡାନ୍ତ ନିଷ୍ପତ୍ତି ନେଇନାହିଁ। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ରାଣୀ ସୁଜ୍ଞାନ େଦଓ ପ୍ରାର୍ଥୀ େହବେ କି ନାହିଁ ତାହା ବି ସ୍ପଷ୍ଟ େହାଇନାହିଁ।

ଏମିତି ପରିସ୍ଥିତିରେ କିନ୍ତୁ ନବୀନ ନିବାସରେ ଆଶାୟୀମାନଙ୍କ ଭିଡ଼ େବଶ୍ ଜମୁଛି। ବର୍ତ୍ତମାନର ବିଧାୟକଙ୍କ ସହ ଅନ୍ୟ ଆଶାୟୀମାନେ ମଧ୍ୟ ନିଜ ନିଜ ବାଟ‌େର ନବୀନ ନିବାସ ଆସି ବାୟୋଡାଟା ଦେଇଛନ୍ତି।

ସମ୍ବନ୍ଧିତ ଖବର