ସ୍ୱାଭିମାନ ଅଞ୍ଚଳରେ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଉଦ୍ଧାର

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ଯୋଜନକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଗୋରା ସେତୁ ନିକଟରେ ବିଏସଏଫର ଯବାନମାନେ ୭ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଉଦ୍ଧାର କରିଥିଲେ  ।

ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷା ବାହିନୀ କମ୍ବିଂ କରୁଥିବା ସମୟରେ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ପୋତା ଯାଇଥିବା ଖବର ପାଇଥିଲେ। ବିଏସଏଫର ବୋମା ଉଦ୍ଧାରକାରୀ ଦଳ ୭ଟି ଲ୍ୟାଣ୍ଡ ମାଇନ୍ ଓ ବୋମାର କିଛି ତାରକୁ ଉଦ୍ଧାର କରିଥିଲେ ୯ ନମ୍ବର ବିଏସଏଫ୍ ବାଟାଲିୟନ। ପରେ ଏହି ଅଫୁଟା ଜୀବନ୍ତ ବୋମାଗୁଡ଼ିକୁ ସୁରକ୍ଷିତ ଭାବେ ବିସ୍ଫୋରଣ କରାଯାଇଥିବାର ଖବର ମିଳିଛି।

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ନିଜର ଅସ୍ତିତ୍ଵ ଦେଖାଇବା ଓ ସୁରକ୍ଷା ବାହିନୀ ଉଦ୍ଦେଶ୍ୟରେ ଖଞ୍ଜିଥିଲେ। ତେବେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ବୋମା ଗୁଡ଼ିକ ଉଦ୍ଧାର ହେବା ପରେ ପୁଲିସ ଓ ବିଏସଏଫ ମିଳିତ ଭାବେ ଜୋରସୋରରେ କମ୍ବିଂ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର