ନୂଆପଡ଼ା ଜିଲ୍ଲାରେ ମାତିଛି ରକ୍ତମୁଖା ବାଘ; ୨୦ ଦିନରେ ଗଲାଣି ଜଣେ ମଣିଷ ଓ  ୭ ଗୃହପାଳିତ ପ୍ରାଣୀର ଜୀବନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ରକ୍ତମୁଖା ବାଘ ଆତଙ୍କ ଜାରିରଖିଛି। ନୂଆପଡ଼ା ସଦର ଓ କୋମନା ବ୍ଲକରେ ବାଘଟି ୨୦ ଦିନ ମଧ୍ୟରେ ଜଣେ ମଣିଷ ଓ ୭ ଗୃହପାଳିତ ପ୍ରାଣୀକୁ ମାରି ଖାଇଲାଣି। ବନ ବିଭାଗ ଗାଁରେ ଜଗି ରହିଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବାଘ ଓ ଲୋକମାନଙ୍କୁ ସୁରକ୍ଷା ଦେବାରେ ବିଭାଗ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଆତଙ୍କ ଚଳାଇଥିବା ବାଘଟି କଲରାପତରିଆ ନା ମହାବଳ ଆଜି ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବାରୁ ଜିଲ୍ଲାବାସୀଙ୍କ ସନ୍ଦେହରେ ରହିଛନ୍ତି। ବାଘଟି ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ୫ କି.ମି. ଦୂର ଟାନୁୱାଟରେ ରହିଥିବା ଶୁକ୍ରବାର ରାତିରେ କିଛି ଲୋକ ଦେଖିଥିଲେ। ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ ଟ୍ରାକ୍ କ୍ୟାମେରା ଲଗାଯାଉଛି ବୋଲି କୁହାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ବାଘର କୌଣସି ଚିତ୍ର ଆସିନାହିଁ।

ଗତ ୨୦ ତାରିଖରେ ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗ୍ରାମର ସନମତୀ ବାରିକ (୬୫)ଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା। ଆଜି ତରିଆ ମହୁଆଭଟାର ହୁମନ ନାଏକଙ୍କ ଏକ ବାଛୁରୀକୁ ପୁଣି ମାରିଥିବା ଜଣାପଡ଼ିବା ପରେ ଅଞ୍ଚଳବାସୀଙ୍କ ଭୟ ଆହୁରି ବଢ଼ିଯାଇଛି।

ସମ୍ବନ୍ଧିତ ଖବର