ଖପ୍ରାଖୋଲ: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଯମୁନାପାଲି ଗାଁରେ ବନ ବିଭାଗ ଶୁକ୍ରବାର ସକାଳେ ଚଢ଼ଉ କରି କଲରାପତରିଆ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଯମୁନାପାଲି ଗାଁର କୈଳାସ କଠାର (୫୫)। ସୂଚନା ଅନୁସାରେ, କୈଳାସ କଲରାପତରିଆ ଶିକାର କରି ଘରେ ଛାଲ ରଖିଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବଲାଙ୍ଗୀର ଏସିଏଫ୍ ମନୋଜ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜ ଅଧିକାରୀ ସୁନୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ତା’ ଘରେ ଚଢ଼ଉ କରିଥିଲେ।
ସେଠାରୁ ୨୪୬ ସେମି ଲମ୍ବ ଓ ୫୧ ସେମି ଓସାରର କଲରାପତରିଆ ଛାଲ ଜବତ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ମୃତ କଲରାପତରିଆର ବୟସ ୧୦ ବର୍ଷ ହେବ ବୋଲି ଜଣାଯାଇଛି। ଚଢ଼ଉରେ ଖପ୍ରାଖୋଲ ବନପାଳ ସୁଧୀର ଜେନା, ରେଙ୍ଗାଲି ବନପାଳ ବିପିନ ବିହାରୀ ସାହୁ, ବେନ୍ଦେର ବନପାଳ ସନ୍ଧ୍ୟାରାଣୀ ସେଠ, ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ବନରକ୍ଷୀ ସଞ୍ଜୀବ ପଧାନ, ଉମାବତୀ ଭୁଇ, ସଞ୍ଜୀବ ନାଏକ, ମଞ୍ଜୁ କୁମ୍ଭାର ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/12/FIcJKeLSmbD8OQFJ7E4i.jpg)