ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ଚାରିଛକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ତ ଅଧୀନରେ ଥିବା କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜରେ ଗତ ୧୭ ତାରିଖରୁ ଚଳିତ ବର୍ଷ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ୧୧ଟି ବିଟରେ ୩୩ରୁ ଅଧିକ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୋର୍‌ରୁ ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ଅ˚ଚଳରେ ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ, ମଳ, ଗର୍ଜନ, ରାମ୍ପୁଡ଼ା ଦାଗକୁ ଚିହ୍ନଟ କରି ଡିଜିଟାଲ ସର୍ଭେ ଏବ˚ ମୋବାଇଲ ଆପ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମା˚ସାଶୀ ପ୍ରାଣୀ ଏବ˚ ତୃଣଭୋଜୀ ପ୍ରାଣୀଙ୍କ ଗଣନା ତିନିଦିନ ହେଲା ଚାଲିଛି ବୋଲି କୁଶଙ୍ଗ ବନ୍ୟପ୍ରାଣୀ ଡେପୁଟି ରେଞ୍ଜ ଅଫିସର ପ୍ରଦୀପ ଭୁତିଆ ସୂଚନା ଦେଇଛନ୍ତି। ଦୁଇଟି ଟ୍ରାଞ୍ଜିଟରେ ଏହି ଗଣନା କାର୍ଯ୍ୟ ଚାଲିଥିବା ବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ, ଚିତାବାଘ, ବଣ କୁକୁର, ରାମଶିଆଳ ଆଦି ପ୍ରାଣୀଙ୍କ ଗଣନା କରାଯାଉଛି।

ସମ୍ବନ୍ଧିତ ଖବର