ନୟାଗଡ଼: ବେଳେ ବେଳେ ବାଘକୁ ବି ପରିସ୍ଥିତିର ଦାସ ହେବାକୁ ପଡ଼ିଥାଏ। ବାଘକୁ ମଧ୍ୟ କୁକୁରକୁ ଡରିବାକୁ ହୋଇଥାଏ। ଏମିତି ଏକ ଘଟଣା ଗୁରୁବାର ନୟାଗଡ଼ ଜିଲ୍ଲା ଗଣିଆ ବନ ଖଣ୍ଡରେ ଦେଖିବାକୁ ମିଳିଛି। ପ୍ରାୟ ୭-୮ ମାସର ଏକ କଲରାପତରିଆ ବାଘ ଛୁଆ ବନକମୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ଫେରିବା ପୂର୍ବରୁ ସକାଳ ପ୍ରାୟ ୯ଟାରେ କୁକୁର ପଲଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ପ୍ରାୟ ୧୦୦ ସେଣ୍ଟିମିଟର ଲମ୍ବ ଓ ୪୮ରୁ ୫୦ ସେଣ୍ଟିମିଟର ଉଚ୍ଚ ବାଘଛୁଆଟି ଜୀବନ ବିକଳରେ ନିକଟରେ ଥିବା ଏକ କିଆବୁଦା ଭିତରକୁ ପଶି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮ରେ ୯୩ ଚିତାବାଘଙ୍କ ମୃତ୍ୟୁ
ନୈତିତାଲ(ଉତ୍ତରାଖଣ୍ଡ): ପରିବେଶବିତ୍ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ୨୦୧୮ର ପ୍ରଥମ ୨ ମାସ ମଧ୍ୟରେ ଦେଶରେ ୯୩ଟି ଚିତାବାଘର ମୃତ୍ୟୁ ଘଟିଛି। ଶିକାରୀମାନେ ଛାଲ ଓ ନଖ ଓ ଶରୀରର ଅନ୍ୟ ଅଂଶ ପାଇଁ ବାଘ ଶିକାର କରୁଛନ୍ତି। ଚିତାବାଘ ମୃତ୍ୟୁ ମାମଲାରେ ଉତ୍ତରାଖଣ୍ଡ ତାଲିକାର ସର୍ବାଗ୍ରେ ରହିଛି। ଏହି ରାଜ୍ୟରେ ବିଗତ ୨ ମାସ ମଧ୍ୟରେ ୨୪ଟି ଚିତାବାଘର ମୃତ୍ୟୁ ଘଟିଛି। ତାଲିକାର ୨ୟ ସ୍ଥାନରେ ମହାରାଷ୍ଟ୍ର(୧୮) ଓ ତା’ ତଳକୁ ରାଜସ୍ଥାନ(୧୧) ରହିଛି। ଦେଶର ୧୮ଟି ରାଜ୍ୟରେ ବାଘ ଅସୁରକ୍ଷିତ ଥିବା ରିପୋର୍ଟ ପ୍ରକାଶ ପାଇଛି। ବନ୍ୟପ୍ରାଣୀ ସୁରକ୍ଷା ସମାଜର ରିପୋର୍ଟ ଅନୁସାରେ ଅଧିକାଂଶ ଚିତାବାଘର ମୃତ୍ୟୁ ଶିକାରୀମାନଙ୍କ ଯୋଗୁଁ ହୋଇଛି। ମାତ୍ର ୧୨ଟି ଚିତାବାଘର ସ୍ୱାଭାବିକ ମୃତ୍ୟୁ ହୋଇଛି।
ଗଣିଆ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମରେ ରହୁଥିବା ଆଦିବାସୀ ଲୋକେ କିଆବୁଦା ବାହାରେ କୁକୁରମାନେ ଭୁକୁୁଥିବା ଦେଖି କିଛି ଅଘଟଣ ଘଟିଛି ବୋଲି ସନ୍ଦେହ କରିଥିଲେ। ସେମାନେ କିଆବୁଦା ଭିତରକୁ ଯାଇ ଭୟରେ ଡରିଯାଇଥିବା ବାଘ ଛୁଆଟିକୁ ଉଦ୍ଧାର କରିଥିଲେ। ପରେ ଘଟଣା ସମ୍ପକରେ ଗଣିଆ ରେଞ୍ଜକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଆସି ବାଘ ଛୁଆକୁ ନେଇ ରେଞ୍ଜ କାର୍ଯ୍ୟାଳୟରେ ରଖିଛନ୍ତି।
ଏ ସମ୍ପର୍କରେ ନୟାଗଡ଼ ବନଖଣ୍ଡ ଅଧିକାରୀ କୁହନ୍ତି, ବାଘଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି। ଏ ବାବଦରେ ମୁଖ୍ୟ ବନ୍ୟ ସଂରକ୍ଷକଙ୍କୁ ଜଣାଇ ଦିଆଯାଇଛି। ଆଦେଶ ଆସିବା ପରେ ବାଘଛୁଆକୁ କେଉଁଠି ରଖାଯିବ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।