ଲଚ୍ଛିପୁର : ସୋନପୁର ବ୍ଲକ୍ ଛକୋରମାଲ ପଞ୍ଚାୟତ ଚହଟାଖୋଲ ଦଲଦଲି ଜଙ୍ଗଲରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଏହି ଗାଁର ଅଚ୍ୟୁତ ମେଲ୍ଲୀଙ୍କ ଏକ ଗାଈ ଓ ଈଶ୍ୱର ମେଲ୍ଲୀଙ୍କ ଏକ ଛେଳି ମାରି ଦେଇଥିବା ଜଣାଯାଇଛି। ଏନେଇ ଆଖପାଖ ୩ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଏନେଇ ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ବାଘ ଆକ୍ରମଣ ସଂପର୍କରେ ଫରେଷ୍ଟ ଅଫିସ ଓ ପୁଲିସ ଫାଣ୍ଡିରେ ଅଭିଯୋଗ କରାଗଲେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/tiger.jpg)