ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ନୂଆପଡ଼ା ରେଞ୍ଜ ଅମାନାରା ସେକ୍ସନ ଅଧୀନ ମହରାଡ଼ିହି ଗ୍ରାମରେ ଏକ ଗାଈକୁ ବାଘ ମାରି ଖାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ରବିବାର ଭୋର୍‌ରେ ଅମାନାରା ପଞ୍ଚାୟତ ମହରାଡିହି ଗ୍ରାମର ଶୁକଦେବ ୟାଦବଙ୍କ ଗାଈ ମଣ୍ଡି ନିକଟକୁ ଚରିବାକୁ ଯାଇଥିବା ବେଳେ ବାଘଟି ଆକ୍ରମଣ କରି ମାରି ଦେଇଥିଲା। ଗ୍ରାମବାସୀଙ୍କଠାରୁ ଖବରପାଇ ଫରେଷ୍ଟର ଚୂଡ଼ାନାଥ ସରାଫ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଣୀ ଚିକିତ୍ସକ ପହଞ୍ଚି ମୃତ ଗାଈକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତି ଦେଇଥିଲେ। ପ୍ରକାଶ ଯେ, ଅମାନାରା ସେକ୍ସନରେ ୨ ମାସ ମଧ୍ୟରେ ୧୨ଟି ଗୃହପାଳିତ ପଶୁକୁ ବାଘ ମାରିଥିବା ଗ୍ରାମବାସୀ କହିଛନ୍ତି।