ଛେଣ୍ତିପଦା : ଅନୁଗୁଳ ଜିଲ୍ଲାରେ ମାସକ ମଧ୍ୟରେ ୨ଟି କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଗତ ୧୬ ତାରିଖ ଦିନ ପାଳଲହଡ଼ା ବ୍ଲକ ରେଂଗାଲି ଡ୍ୟାମ ମଧ୍ୟରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ପୁଣି ଛେଣ୍ତିପଦା ରେଞ୍ଜ କଣଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଉ ଏକ ଶବ ଉଦ୍ଧାର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ଦିନ ୧୦ଟାରେ କଣଲୋଇ ଗ୍ରାମର କେତେକ ଲୋକ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ବାଘର ମୃତଦେହ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଘଟଣା ସଂକ୍ରାନ୍ତରେ ବନ ବିଭାଗକୁ ଖବର ଦେଇଥିଲେ। ଡିଏଫଓ ଭି. କାର୍ତ୍ତିକ, ଏସିଏଫ୍ ଶ୍ରୀକାନ୍ତ ବେହେରା ଓ ରେଞ୍ଜର ଦୁର୍ଗାଚରଣ ସାହୁ, ଛେଣ୍ତିପଦା ଥାନା ଆଇଆଇସି ପ୍ରିୟବ୍ରତ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବାଘର ବୟସ ପାଖାପାଖି ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବାଘର ଶୀରରରେ କୌଣସି କ୍ଷତଚିହ୍ନ ନାହିଁ। ଶୁକ୍ରବାର ଦିନ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଶବ ବ୍ୟବଚ୍ଛେଦ ପାଇଁ ବାଘର ମୃତଦେହକୁ ଅନୁଗୁଳ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାଘର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।