ବାଲୁଗାଁ : ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସ୍ ରାସ୍ତା ଅଲଡ଼ି ଗ୍ରାମ ଛକ ନିକଟରେ ଏକ କଲରପତ୍ରିଆ ବାଘର ମୃତ ଦେହ ମିଳିଛି। ଆଜି ଭୋର୍ ପ୍ରାୟ ୫ଟାବେଳେ ମୃତ ବାଘଟି ରାସ୍ତା ଉପରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଗତ ଦୁଇ ଦିନ ହେଲା ୨ଟି ବାଘ ସୋଲରି ପାହାଡ଼ ପାଦଦେଶ ଜଙ୍ଗଲରେ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ତେବେ ଗତ ରାତିରେ ଗୋଟିଏ ବାଘ ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2020/04/tiger-dead-300x185.jpg)
ବାଲୁଗାଁ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଥିବାବେଳେ ବାଘର ମୃତ ଦେହକୁ ବନ ବିଭାଗ କାର୍ଯ୍ୟାଳୟର ପଛପଟେ ପୋତି ଦିଆଯାଇଥିବା ଜଣାପଡିଛି। ବାଲୁଗାଁ ନିକଟ ସମସ୍ତ ଜଙ୍ଗଲରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଚାଲି ଆସୁଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି। ତେବେ ଲକ୍ଡାଉନ୍ ଜାରି ରହିଥିବାରୁ ରାଜପଥ ଅପେକ୍ଷାକୃତ ନିରୋଳା ଥିବା ବେଳେ ବାଘଟି ରାସ୍ତା ଉପରକୁ ଚାଲି ଆସିଥିବା ଲୋକେ କହିଛନ୍ତି। ଏହି ମୃତ ବାଘକୁ ଦେଖିବା ପାଇଁ ଆଜି ସକାଳୁ ଜାତୀୟ ରାଜପଥରେ ଲୋକେ ଭିଡ଼ ଜମାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Screen-Shot-2019-05-24-at-6.02.00-PM.png)