ଷେଣ୍ଢେଇ ଛକରେ କଲରାପତରିଆ ବାଘ

ଆନନ୍ଦପୁର: ଘସିପୁରା ବ୍ଲକ୍‌ ଦେଓଗାଁ-ନାରଙ୍ଗପୁର ରାସ୍ତାର ଷେଣ୍ଢେଇ ଛକରେ ଏକ କଲରାପତରିଆ ବାଘ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଷେଣ୍ଢେଇ ଛକରେ ଜଳଖିଆ ଦୋକାନ କରିଥିବା ଆଦିକନ୍ଦ ମହାନ୍ତି ଆଜି ସଂଧ୍ୟା ୭.୪୫ରେ ତରୀମୂଳ ଗ୍ରାମକୁ ବାଇକ୍‌ରେ ଯାଉଥିଲେ। ଷେଣ୍ଢେଇ ପୋଲ ଶେଷମୁଣ୍ଡ ରାସ୍ତାରେ ଏକ କଲରାପତରିଆ ବାଘ ଦେଖିବାକୁ ପାଇଥିଲେ। ବାଘଟି ତରୀମୂଳ ପାର୍ଶ୍ୱରୁ ରେକୁଟିଆ ପାର୍ଶ୍ୱକୁ ଯାଉଥିଲା ବୋଲି ଆଦିକନ୍ଦ କହିଛନ୍ତି। ବାଘ ଦେଖି ସେ ବାଇକ୍‌ ଛାଡ଼ି ସେଠାରୁ ପଳାଇ ଆସିବା ସହ ଏ ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ। ବାଘ ବାହାରିବା ଶୁଣି ଛକରେ ଲୋକଙ୍କ ଭିଡ଼ ଜମିଥିଲା। ଏନେଇ ଦେଓଗାଁ ରେଞ୍ଜର ସୁରେନ୍ଦ୍ର ହେମ୍ବ୍ରମଙ୍କୁ ପଚାରିବାରୁ ଅଭିଯୋଗର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତିି।

ସମ୍ବନ୍ଧିତ ଖବର