ନୂଆପଡ଼ା : ନୂଆପଡ଼ା ଜିଲ୍ଲା ହଳଦୀ ଗାଁ ଜଙ୍ଗଲରେ ପୁଣି ସୋମବାର ସନ୍ଧ୍ୟାରେ କଲରାପତରିଆ ବାଘ ଦେଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସନ୍ଧ୍ୟାରେ ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ଜଙ୍ଗଲସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ପୁଣି ଗୋଟିଏ ବାଘ ବୁଲୁଥିବା ଗ୍ରାମବାସୀ ଦେଖିଛନ୍ତି। ପୁଣିଥରେ ଗାଁକୁ ବାଘ ଆସିବା ଖବର ପାଇ ଲୋକେ ପଦାକୁ ବାହାରୁନାହନ୍ତି।

Advertisment

ନୂଆପଡ଼ା ଓ ଖରିଆର ରୋଡ଼ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି। ବନବିଭାଗ କର୍ମଚାରୀ ହଳଦୀ ଜଙ୍ଗର ଚାରିପଟେ ପଇଁତରା ମାରୁଛନ୍ତି। ଏହି ଘଟଣାକୁ ନେଇ ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗ୍ରାମାବସୀ ବାଘକୁ ଦେଖିଛନ୍ତି। ହେଲେ ବନ ବିଭାଗ ବାଘକୁ ଦେଖି ନାହିଁ। ବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି ବୋଲି ରେଞ୍ଜର ଶ୍ରୀ ମାଝୀ କହିଛନ୍ତି।