ନୂଆପଡ଼ା : ନୂଆପଡ଼ା ଜିଲ୍ଲା ହଳଦୀ ଗାଁ ଜଙ୍ଗଲରେ ପୁଣି କଲରାପତରିଆ ବାଘ ଦେଖିବାକୁ ମିଳିଛି। ଏହା ପରେ ଗ୍ରାମବାସୀ ପୁଣି ଆତଙ୍କିତ ହୋଇପଡ଼ିଛନ୍ତି।

Advertisment

ପ୍ରକାଶ ଯେ, ଗତ ଜାନୁଆରି ୨୫ ତାରିଖ ଦିନ ଏହି ଜଙ୍ଗଲରେ ୩ଟି ବାଘ ଗ୍ରାମବାସୀ ଦେଖିଥିଲେ। ଏହାର ଦୁଇମାସ ନପୂରୁଣୁ ପୁଣି ଶନିବାର ସନ୍ଧ୍ୟାରେ ହଳଦୀ ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ଜଙ୍ଗଲସ୍ଥିତ ଶୀତଳା ମନ୍ଦିର ପାଖ ଚଟାଣ ଉପରେ ଶନିବାର ପୁଣି ଗୋଟିଏ ବାଘ ବୁଲୁଥିବା ଗ୍ରାମବାସୀ ଦେଖିଛନ୍ତି। ଏହାର ଚିତ୍ର କ୍ୟାମେରାରେ କଏଦ ବି କରିଛନ୍ତି। ପୁଣି ଥରେ ଗାଁକୁ ବାଘ ଆସିବା ଖବର ପାଇ ଦିନ ଓ ରାତିରେ ଲୋକେ ଘରୁ ବହାରୁ ନାହନ୍ତି।

publive-image

ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଭୟଭୀତ ନହେବାକୁ ଅଶ୍ବାସନା ଦେଇଛନ୍ତି। ବନବିଭାଗ କର୍ମଚାରୀ ହଳଦୀ ଜଙ୍ଗଲ ଚାରିପଟେ ପଇଁତରା ମାରୁଛନ୍ତି। ସନ୍ଧ୍ୟା ସମୟରେ ହଳଦୀ ଗାଁର କିଛି ଲୋକ ହଳଦୀ ଜଙ୍ଗଲ ଶୀତଳା ମନ୍ଦିର ଚଟାଣରେ ବାଘ ବସିଥିବା ଦେଖିବାକୁ ପାଇଥିଲେ ବୋଲି ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀ ସୂଚନା ଦେଇଛନ୍ତି।