କଲରାପତରିଆ ବାଘ ବୁଲୁଛି

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମାରିଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମ୍ ଇଲାକାରେ ଗତ କିଛିଦିନ ହେଲା ଏକ କଲରାପତରିଆ ବାଘ ଘୂରିବୁଲୁଛି।

ବାଘଟି ପ୍ରତିଦିନ ଡ୍ୟାମ୍‌ର ଉପରମୁଣ୍ଡରେ ଥିବା ଘଞ୍ଚ ଜଙ୍ଗଲରୁ ରାମଗଡ଼ ପାହାଡ଼ଖୋଲ ଅତିକ୍ରମ କରି ହିଡ଼ ନିକଟକୁ ଆସି ପାଣି ପିଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଫଳରେ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ସଂଜ ନଇଁଲେ ତାଟିକବାଟ ପଡ଼ିଯାଉଛି।

ସମ୍ବନ୍ଧିତ ଖବର