ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କୋମନା ରେଞ୍ଜ ଅନ୍ତର୍ଗତ ବିରସିଂଙ୍ଗପଡ଼ା ଗ୍ରାମରେ ବାଘ ଆତଙ୍କ ଖେଳିଯାଇଛି। ଏକ ବାଘ ଏହି ଗ୍ରାମର ୩ ଜଣଙ୍କର ଛେଳି, ବଳଦ ଓ ବାଛୁରୀକୁ ମାରି ଖାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବିରସିଂଙ୍ଗପଡ଼ା ଗ୍ରାମର ନବୀନ ମାଝିଙ୍କ ଛେଳି ଓ ମେଣ୍ଢା, ବନବାସୀ ମାଝିଙ୍କ ବଳଦ ଏବଂ ଡୋରାମଣି ମାଝିଙ୍କ ବାଛୁରୀକୁ ବାଘ ମାରି ଖାଇଦେଇଛି। ଏହି ଖବର ପ୍ରଚାରିତ ହେବା ପରେ କୋମନା ରେଞ୍ଜର ବନ କର୍ମଚାରୀ ବିରସିଂଙ୍ଗପଡ଼ା ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/51559914-4f1b-4d2a-acdd-72ff19c66448.jpg)