ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଭିତରେ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ଯୁବ ମହାବଳ ବାଘର ଆକସ୍ମିକ ମୃତ୍ୟୁ ଘଟଣାନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେକରେ ଲାଗିଥିବା ଆଘାତ ଓ ତଦ୍ଜନିତ ସଂକ୍ରମଣ ଯୋଗୁଁ ମହାବଳ ବାଘର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
ସାତକୋଶିଆରେ ମହାବଳ ବଂଶ ବୃଦ୍ଧି କରିବାକୁ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଯୁବ ମହାବଳ ବାଘଟିକୁ ଅଣାଯାଇଥିଲା। ଏହାର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ବେକରେ ରେଡିଓ କଲାର ଖଞ୍ଜା ଯାଇଥିଲା। ସବୁଦିନ ପରି ଗତକାଲିି ଏହି ମହାବଳ ବାଘଟି ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ଭିତରେ ଘୂରି ବୁଲୁଥିବାବେଳେ ହଠାତ ତାର ଗତିବିଧି ଜାଣିବା ପାଇଁ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାରରୁ ଯେଉଁ ସଙ୍କେତ ମିଳିଥିଲା, ତାହା ବନବିଭଗ ଅଧିକାରୀଙ୍କୁ ଚକିତ କରିଥିଲା। ଦୀର୍ଘ ସମୟ ଧରି ବାଘ କେଉଁଆଡ଼େ ଚଳପ୍ରଚଳ ନ କରିବା ପରେ ବନ ବିଭାଗର ସନ୍ଦେହରେ ତନାଘନା ପରେ ବାଘର ସ୍ୱାସ୍ଥ୍ୟ ସମ୍ପର୍କୀୟ ଜରୁରୀ ପାରାମିଟର ଖରାପ ଥିବା ଜଣାପଡ଼ିଥିଲା। ଘନ ଜଙ୍ଗଲରେ ଖୋଜୁଖୋଜୁ ବିଳମ୍ବିତ ରାତିରେ ମହାବଳର ମୃତଦେହକୁ ବନ ବିଭାଗ ପକ୍ଷରୁ ଠାବ କରାଯାଇଥିଲା। ଆଜି ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ରାଜ୍ୟ ବାହାରୁ ଆସିଥିବା ଡାକ୍ତରୀ ଦଳ ଯେଉଁ ବୁଦାମୂଳରେ ପଡ଼ି ମହାବଳ ବାଘଟିର ମୃତ୍ୟୁ ଘଟିଥିଲା, ସେଠାକୁ ଯାଇ ତଦନ୍ତ କରିଛନ୍ତି। ମୃତଦେହ ବ୍ୟବଛେଦ ପରେ ମହାବଳ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଥିଲେ ମଧ୍ୟ ତା ବେକରେ ଥିବା ଘାଓ ସଂକ୍ରମଣ ଏଥିପାଇଁ ଦାୟୀ ବୋଲି ସନ୍ଦେହ କରାଯାଉଛି। ହୁଏତ କୌଣସି ଶିକାରୀ ଫାଶରେ ଏହି ମହାବଳ ବାଘ ଫସିଯିବା ପରେ ସେଠାରୁ କୌଣସି ମତେ ଖସିଆସିଛି, ମାତ୍ର ସେହି ସମୟରେ ହୋଇଥିବା କ୍ଷତ ସଂକ୍ରମଣ ହାଇ ବାଘର ମୃତ୍ୟୁର କାରଣ ହୋଇଥାଇ ପାରେ ବୋଲି ବନବିଭାଗ ଆଶଙ୍କା ପ୍ରକାଶ କରିଛି।
ବେକରେ ଆଘାତ ଓ ସଂକ୍ରମଣରେ ମରିଛି ସାତକୋଶିଆର ମହାବଳ ବାଘ!
/sambad/media/post_attachments/wp-content/uploads/2018/11/Satkoshia-Tiger_Thumbnail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)