ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ବନାଞ୍ଚଳର ସ୍ବତନ୍ତ୍ର ଟିମ୍ ପକ୍ଷରୁ ସୋର ଅଞ୍ଚଳରୁ ଏକ ବାଘଛାଲ ରୢାକେଟ୍ ଠାବ କରାଯାଇଛି। ସମ୍ପୃକ୍ତ ରୢାକେଟ୍ର ୧୧ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ବାଘଛାଲ, ଗୋଟିଏ ଦେଶୀବନ୍ଧୁକ ଏବଂ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ରବିବାର ବିଳମ୍ବିତ ରାତିରେ ସୋର ଅଞ୍ଚଳରେ ବାଘ ଛାଲ ଚୋରାଚାଲାଣ କରୁଥିବା ରୢାକେଟ୍ର ୪ଜଣ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗର ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରିବା ସହ ଅଭିଯୁକ୍ତଙ୍କୁ ଚାନ୍ଦିପୁର ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରିଥିଲା। ଏହାପରେ ଆଜି ସକାଳେ ମୟୂରଭଞ୍ଜ ଏବଂ ଭଦ୍ରକ ଅଞ୍ଚଳରୁ ଅନ୍ୟ ୭ ଜଣଙ୍କୁ ଧରିବାରେ ଟିମ୍ ସଫଳ ହୋଇଥିଲା।
ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ନାୟକାଣିଡିହି ଅଞ୍ଚଳର ପ୍ରଦୀପ କୁମାର ନାୟକ (୪୯), ମଲ୍ଲିକାଦେଈପୁରର ଗଣେଶ ନାୟକ (୩୭), ରାମଚନ୍ଦ୍ର ନାୟକ (୩୫), ପ୍ରଭାତ ନାୟକ(୪୫), ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସଦାନନ୍ଦପୁର ଅଞ୍ଚଳର ସନ୍ତୋଷ ମାଣିକ(୫୦), ପଥରଖଣି ଅଞ୍ଚଳର ରଞ୍ଜିତ ନାୟକ(୩୬), ଉଦଳା ଥାନା ନୂଆରଙ୍ଗାମାଟିଆ ଅଞ୍ଚଳର ଦଶରଥ ନାଏକ(୪୭), ନାଗପାଳ ଅଞ୍ଚଳର ପ୍ରୀତିରଞ୍ଜନ ବାରିକ(୪୭), ତାଳସରେଇ ଅଞ୍ଚଳର ବାଇଗା ହୋ(୫୫), ଗଣସା ହୋ(୩୬), ଗାସା ହୋ(୨୦)। ଏହି ଘଟଣାରେ ୪୬/୨୪-୨୫ ମାମଲା ରୁଜୁ କରାଯାଇ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ-୧୯୭୨, ଧାରା-୯,୨୭,୨୯,୩୧,୩୨,୩୯, ୪୪, ୪୮ଏ, ୪୯ବି ଏବଂ ୫୨ରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ବାଲେଶ୍ୱର ଡିଏଫ୍ଓ ଏବଂ ଚାନ୍ଦିପୁର ବନାଞ୍ଚଳ ଅଧିକାରୀଙ୍କ ତରଫରୁ ତଦନ୍ତ ଜାରି ରହିଛି। ବାଘଛାଲ କେଉଁଠୁ ଆସିଲା ଏବଂ କେଉଁଠିକୁ ଚାଲାଣ ହେଉଥିଲା, ଆଉ କେତେଜଣ ଏଥିରେ ସାମିଲ ଅଛନ୍ତି ତାହା ସ୍ପଷ୍ଟ କରାଯାଉନଥିବାରୁ ବିଭାଗର କିଛି ଅଧିକାରୀଙ୍କର ଏଥିରେ ଲିଙ୍କ୍ ରହିଥିବା ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/23/hNBZ3Igq0PgQQbWIMsD3.jpg)