ଗାଁର ସୁରକ୍ଷା ପାଇଁ ବାଘକୁ ପୂଜା : ଦୁବୁଲିରେ ବାଘର ପ୍ରତିମୂର୍ତ୍ତି ପୂଜା କଲେ ଗ୍ରାମବାସୀ

ଜୟପୁର : ଗାଁକୁ କରୋନାରୁ ସୁରକ୍ଷା ପାଇଁ ବାଘକୁ ପୂଜା। ଗାଁର ସମୃଦ୍ଧି, ନିରୋଗୀ ରହିବା ଓ ଆସନ୍ତା ବର୍ଷର ଭଲ ସଶ୍ୟ ପାଇଁ ଏହି ପୂଜା। ବାଘ୍ର୍ୟ ଏଠି ହୋଇପାରେ ପ୍ରତିକାତ୍ମକ। କିନ୍ତୁ ସଂକ୍ରାମକ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ପରଜା ଧର୍ମୀୟ ଭାବନାର ଆଉ ଏକ ରୂପ। ଏହି ଧର୍ମ ଅନୁଯାୟୀ ସପ୍ତସୁଖ ପ୍ରାପ୍ତିର ଉପାୟ। ଭୟଭୟତାରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ବିପଦ ଆପଦରୁ ନିଜେ ରହୁଥିବା ଭଖଣ୍ଡର ସୁରକ୍ଷା ପାଇଁ ବିରୋଧୀ ଶକ୍ତି ବାଘ୍ର୍ୟକୁ ମରାଯାଉ ବୋଲି କିଏ କିଏ ଭାବୁ ଥିବେ। କିନ୍ତୁ ଏହି ଆଦିବାସୀ ହୁଏତ ଏହି କ୍ଷେତ୍ରରେ ନିରୋଗୀ କାୟା ପ୍ରାପ୍ତି ନିମନ୍ତେ ଏବଂ ଆଗାମୀ ସମୟ ସମୃଦ୍ଧ କରିବା ପାଇଁ ଏହିଠାରେ ନିଆଯାଇଛି। ବର୍ଷକୁ ବର୍ଷ ନୁହେଁ ପ୍ରତି ତିନିବର୍ଷରେ ହୁଏ ଏହି ପୂଜା। ଏବେ କରୋନା ଭୂତାଣୁ ତାର ମାୟାଜାଲରେ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଏଥିରୁ ବାଦ ପଡିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଜିଲ୍ଲାର ଜୟପୁର ବ୍ଲକ ଗଡପଦର ପଞ୍ଚାୟତ ଅନ୍ତର୍ଗତ ଦୁବୁଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଅବିଶ୍ବନୀୟ ପୂଜା। ପରଜା ସମ୍ପ୍ରଦାୟ ଆଦିବାସୀଙ୍କର ବାଘକୁ ଦେବତା ଭାବେ ପୂଜା କରିବାର ଏକ ଅଜବ ବିଶ୍ୱାସ ଏହିଠାରେ ଦେଖିବାକୁ ମିଳିଛି। ବାଘ ଓ ଗ୍ରାମବାସୀଙ୍କ ସମ୍ପର୍କରେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ।

ଆମେ ସାଧାରଣତଃ ବାଘ ମାମୁ ବୋଲି ସମ୍ବୋଧନ କରୁ, କିନ୍ତୁ ଏହି ଆଦିବାସୀମାନେ ବାଘକୁ ପରିବାରର ସଦସ୍ୟ ଭାବେ ଦେଖନ୍ତି ଓ ବାଘକୁ ଭାଇ ବୋଲି ମାନନ୍ତି। ଜିଲ୍ଲାର ପୂର୍ବଘାଟ ପର୍ବତମାଳା ନିକଟରେ ପରଜା ସମ୍ପ୍ରଦାୟ ଆଦିବାସୀ ରହନ୍ତି। ସମୟ ଥିଲା ଏହି ଗଡପଦର ପାହାଡ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ବାଘ ରହୁଥିଲେ। ଏହି ବାଘ ଜଙ୍ଗଲ ଓ ଚାଷ ଜମିକୁ ସୁରକ୍ଷା ଦିଅନ୍ତି ବୋଲି ସେମାନଙ୍କର ବିଶ୍ୱାସ। ସେମାନେ ବାଘେଶ୍ୱର ଦେବତାଙ୍କୁ ବାଘ ରୂପରେ ପୂଜା କରନ୍ତି। ବାହାଘର,ଚାଷ କାମ କିମ୍ବା ପିଲାଜନ୍ମ ହେବା ପୂର୍ବରୁ ବାଘେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମିତିକି ବାଘ ଆଦିବାସୀଙ୍କୁ ମାରିବାର ଉଦାହରଣ ରହିଥିଲେ ମଧ୍ୟ ଏହି ଆଦିବାସୀମାନେ କେବେ ବି ବାଘକୁ ମାରନ୍ତି ନାହିଁ। ସେମାନେ ଏକ ଭିନ୍ନ ପରମ୍ପରା ବି ପାଳନ କରନ୍ତି ଯେଉଁଥିରେ ଏକ ବାଘର ପ୍ରତିକୃତିକୁ ବଳି ଦିଅନ୍ତି। ଏହା ମଣିଷଖିଆ ବାଘକୁ ଶାନ୍ତ କରିବା ପାଇଁ କରାଯାଏ।

ଏନେଇ ଗାଁର ବୟେଜ୍ୟୋଷ୍ଠ ଅଜୁର୍ନ ପରଜା କହିଛନ୍ତି ଯେ ଗାଁରେ ଫସଲ ଅମଳ ଶେଷ ହେଲେ ସାଧାରଣଃ ଚଇତି ପର୍ବ ପାଳନ ହୋଇଥାଏ। କିନ୍ତୁ ଚଳିତବର୍ଷ ବାଘମାରି ପର୍ବ ତିନିବର୍ଷ ପରେ ପଡୁଥିଲା। ତେଣୁ ଗାଁରେ ଗତକାଲି ଏହି ପର୍ବ ମହାସମାରୋହରେ ପାଳିତ ହୋଇଛି। ଗାଁ ମୁଣ୍ଡରେ ରହିଥିବା ମଷାଣୀ ନିକଟରେ ବାଘର ପ୍ରତିକୃତି କରାଯିବା ସହ ଭୋଗରାଗ କରାଯାଇଥିଲା। ଗାଁର ମୁଖିଆ ଗାଁର ସୁରକ୍ଷା, କରୋନା ରୋଗର ସଂଙ୍କ୍ରମଣକୁ ରୋକିବାକୁ ଏହି ବାଘମାରି ପୂଜା କରାଯାଇଛି ବୋଲି ସେ କହିଛନ୍ତି।

ବୁଦ୍ଧିଜୀବୀ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି ଯେ ଆଦିବାସୀମାନେ ଜଙ୍ଗଲକୁ ଯେତିକି ଭଲ ପାଆନ୍ତି ସେତିକି ପଶୁପକ୍ଷୀଙ୍କୁ ମଧ୍ୟ ଭଲ ପାଆନ୍ତି। ଏହି ଯେଉଁ ପର୍ବ ପାଳନ ହୁଏ ତାହା ବନ୍ୟଯନ୍ତୁକୁ ସୁରକ୍ଷା ସହ ଗ୍ରାମବାସୀଙ୍କର ଉତ୍ତରତ୍ତର କାମନା, ରୋଗବୈରାଗରୁ ମୁକ୍ତି, ଆସନ୍ତାବର୍ଷ ଭଲ ଫସଲ ଅମଳ ପାଇଁ ଏହି କୌଣସି ସଂକ୍ରାମକ ରୋଗରୁ ମୁକ୍ତି ପାଇଁ କରିଥାନ୍ତି। ପୂର୍ବରୁ ରଜାରାଜୁଆ ଅମଳରୁ ବହୁତ ହେଉଥିଲା। ଏବେ ପାଶ୍ଚାତ୍ୟ ସଂସ୍କୃତି ପ୍ରବେଶ କରି ସବୁ ନଷ୍ଟ ହୋଇଗଲାଣି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର