ଭୁବନେଶ୍ବର/ ରାମନାଗୁଡା : ଚିତାବାଘ ଛାଲ ଚୋରା ଚାଲାଣ ପାଇଁ ଯୋଜନା ବେଳେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଛି। ସେ ହେଲା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦିପଙ୍କ ଅଞ୍ଚଳର ଜୟନ୍ତ ବିବାର। ତା’ଠାରୁ ଗୋଟିଏ ଚିତାବାଘ ଛାଲ ଜବତ କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ମୁତାବକ, ଜୟନ୍ତ ସ୍ଥାନୀୟ ଅଞ୍ଚଳ ଜଙ୍ଗଲରୁ ଅବାଧରେ ଜଙ୍ଗଲୀଜନ୍ତୁ ଶିକାର କରି ମାଫିଆଙ୍କୁ ଦାନ୍ତ, ନଖ, ଚମଡ଼ା ଆଦି ଯୋଗାଉଥିବା ଏସ୍ଟିଏଫ୍ ହାତରେ ଖବର ଲାଗିଥିଲା। ଗତ ୨୨ତାରିଖ ଦିନ ଜଣେ ମାଫିଆକୁ ଛାଲ ବିକ୍ରି ପାଇଁ ଡିଲ୍ ହୋଇଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ଖବରପାଇ ଏସ୍ଟିଏଫ୍ ଟିମ୍ ଗୁଣୁପୁର ଥାନା ଅଞ୍ଚଳରେ ଡେରା ପକାଇଥିଲା। ସକାଳେ ସେ ଛାଲ ଧରି ରାମନାଗୁଡ଼ା ବାଙ୍ଗି ଜଙ୍କସନ ନିକଟ ଜାତୀୟରାଜପଥ ରାସ୍ତାରେ ଆସୁଥିବା ବେଳେ ଏସ୍ଟିଏଫ୍ ଟିମ୍ ତାକୁ କାବୁ କରିଥିଲା। ଏସ୍ଟିଏଫ୍ ତାକୁ ଗିରଫ କରି ରାୟଗଡ଼ା ଫରେଷ୍ଟ ଡିଭିଜନ୍ ଅଧୀନ ଗୁଣୁପୁର ବନ୍ୟ ଅଧିକାରୀଙ୍କୁ ଜିମାଦେଇଥିଲା।
ପ୍ରକାଶ ଥାଉ କି,ଏସ୍ଟିଏଫ୍ ଟିମ୍ ୨୦୨୦ରୁ ଏପର୍ଯ୍ୟନ୍ତ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରି ୨୯ଟି ଚିତାବାଘ ଛାଲ, ୨୪ଟି ହାତୀଦାନ୍ତ, ୭ଟି ହରିଣ ଚମଡ଼ା, ୧୪ଟି ଜୀବନ୍ତ ବଜ୍ରକାପ୍ତା, ସାଢ଼େ ୩୦କେଜି କାତି,୨ଟି ଚିତାବାଘ ଦାନ୍ତ,୨୯ଟି ଚିତାବାଘ ପଞ୍ଝା, ୪୬ ଟି ଜୀବନ୍ତ ଶୁଆ ଜବତ କରିବା ୭୧ଜଣ ଶିକାରୀଙ୍କୁ ଗିରଫ କଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/tiger-skin.jpg)