ରା.ଉଦୟଗିରି: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ପଞ୍ଚାୟତ ଖମାରିସାହି ଗ୍ରାମରୁ ଆଜି ସନ୍ଧ୍ୟା ୫ଟା ବେଳେ ଏକ କଲରା ପତରିଆ ବାଘ ଛାଲ ଜବତ କରାଯାଇଛି। ରାମଗିରି ଫରେଷ୍ଟ ରେଞ୍ଜର କାଟଙ୍ଗପଡ଼ା ଛକ ନିକଟରରେ ଥିବା ଜଣେ ଚୋରା ବେପାରୀଙ୍କ ଘରେ ସନ୍ଧ୍ୟା ୫ଟା ସମୟରେ ଏହି ଚଢ଼ଉ ହୋଇଥିଲା। ଜିଲ୍ଲା ବନ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାମଗିରି ରେଞ୍ଜ ବନପାଳ ରାଜେନ୍ଦ୍ର ରଥ ଓ ସ୍ବତନ୍ତ୍ର ଟାସ୍କ ଫୋର୍ସର ମିଳିତ ଚଢ଼ାଉରେ ଖମାରିସାହି ଗ୍ରାମର ପବିତ୍ର ଲିମା(୫୭)ଙ୍କ ଠାରୁ କଲରା ପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ଏହି ବାଘ ଚାଲ କେଉଁ ଅଞ୍ଚଳରୁ ସଂଗ୍ରହ ହୋଇଛି ସେନେଇ ଆଜି ରାତିସାରା ଅଭିଯୁକ୍ତଙ୍କୁ ପଚରା ଉଚୁରା ଜାରି ରହିବ। ବନ ବିଭାଗ ଅଭିଯୁକ୍ତ ପବିତ୍ର ଲିମାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ୪ଫୁଟିଆ ଜବତ ବାଘ ଛାଲର ଆନୁମାନିକ ମୂଲ୍ୟ ଆନ୍ତର୍ଜାତିକ ବଜାରରେ ଲକ୍ଷାଧିକ ହେବ ବୋଲି ଜଣାପଡିଛି।
ବାଘ ଛାଲ ବିକି ପାରିଲାନି ବେପାରୀ, ଚଢ଼ଉ କରି ଜବତ କଲା ବନ ବିଭାଗ
/sambad/media/post_attachments/wp-content/uploads/2022/03/862cff7e-1c9e-4e90-acdb-4ad1d740a9eb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)