ହରିଚନ୍ଦନପୁର : ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ହରିଚନ୍ଦପୁର ବ୍ଲକ୍ ରେବଣାପଳାଶପାଳ ପଞ୍ଚାୟତ ବୁଢ଼ୀପଦା ଗ୍ରାମରେ ବନ ବିଭାଗ ଚଢ଼ଉ ଏକ ବାଘ ଛାଲ ଜବତ କରିଛି। ଘଟଣାରେ ସଂପୃକ୍ତ ଗ୍ରାମର ବୁଟୁ ମହାକୁଡ଼(୩୦)ଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ କୌଶଳ କ୍ରମେ ସେଠାରୁ ଫେରାର ହୋଇଯାଇଛି।
ଆଜି ରାତିରେ ବୁଟୁ ମହାକୁଡ଼ ବାଘଛାଲକୁ ନେଇ ବିକ୍ରି କରିବାକୁ ଡିଲ୍ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଏସିଏଫ୍ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗର କର୍ମଚାରୀ ବୁଢ଼ୀପଦା ଗ୍ରାମରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବାଘଛାଲକୁ ଜବତ କରିବା ସହିତ ବୁଟୁଙ୍କ ସହିତ ଅନ୍ୟଜଣଙ୍କୁ କାବୁ କରି ନେଇଥିଲେ। ଦୁଇଜଣଙ୍କୁ ଧରି ବନ ବିଭାଗ କର୍ମଚାରୀ ଫେରୁଥିବା ବେଳେ ସୁନାପେଣ୍ଠ ଗ୍ରାମରେ କିଛି ଲୋକ ଗାଡ଼ି ଅଟକାଇବା ସହିତ କାଚ ଭାଙ୍ଗି ତାଙ୍କୁ ଖସାଇ ନେଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Arrest-2.jpg)