ବରଗଡ଼ ଜିଲ୍ଲା ଜର୍ଜଗଡ଼ରେ ବାଘ ଆତଙ୍କ

ପାଇକମାଳ :  ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍  ଗନ୍ଧମାର୍ଦ୍ଦନ ପାହାଡ଼ ନୃସିଂହନାଥ ନିକଟସ୍ଥ  ଜର୍ଜଗଡ଼ ଗାଁକୁ ଗତ କିଛିଦିନ ହେଲା ଏକ କଲରାପତରିଆ ବାଘ ଆସି ଆତଙ୍କ ଖେଳାଉଛି । ଫଳରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ବାଘଟି ଗ୍ରାମବାସୀଙ୍କ କୁକୁଡ଼ା, ହଂସ ଓ କୁକୁର ମାରି ଖାଇ ଦେଉଥିବା ବେଳେ ନାରାୟଣ ଯୋଶୀଙ୍କ ଗୁହାଳରୁ ଗୋଟିଏ ବାଛୁରୀକୁ ଖାଇ ଦେଇଛି । ସେହିପରି  ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଧଳଙ୍କ ଏକ ଗାଈକୁ ଆକ୍ରମଣ କରି ଆହତ କରି ଦେଇଛି ।

ଗ୍ରାମର ଯୁବକମାନେ ରାତିରେ ଠେଙ୍ଗା ବାଡ଼ି ଓ ଟର୍ଚ୍ଚ ଧରି ଗାଁ ଚାରିପାଖ ଜଗି ରହୁଛନ୍ତି। ଜଂଗଲ ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ କେହି ଯାଇ ନାହାନ୍ତି । ଗାଁ ଭିତରେ ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର