ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ତଥା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଂଚଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଏକ ଗାଈକୁ ମାରି ଖାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ସଂପର୍କରେ ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସୂଚନାମତେ, ଚରିବାକୁ ଯାଇଥିବା କାଂଚଲି ଗାଁର ଧନେ ହରିଜନଙ୍କ ଏକ ଗାଈ ଉପରେ ବାଘ ଆକ୍ରମଣ କରି ମାରି ଦେଇଥିଲା। ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କ ନେତୃତ୍ୱରେ ସିକେରକୁପା ବନପାଳ ଗିରିଧାରୀ ନାଏକ, ବନରକ୍ଷୀ ତପିମଣି କୁମାର, ବନ କର୍ମଚାରୀ ରାଜ କିଶୋର ନାଏକ, ବିଶ୍ୱମ୍ବର ଗଉଡ଼, ଚନ୍ଦ୍ରଧ୍ୱଜ ଶବର, ଡେନି ସେନାପତି, ସରୋଜ ପ୍ରଧାନ, ଅଜିତ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ଗାଈର ମୃତଦେହ ବ୍ୟବଚ୍ଛେଦ କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2023/02/lanjigarh-t-750x430.jpg)
ଏ ସମ୍ପର୍କରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ଲୋକଙ୍କ ଅଭିଯୋଗ ପରେ ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲୁ। ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ। ସରକାରଙ୍କ ତରଫରୁ ଯାହା କ୍ଷତିପୂରଣ ବାବଦକୁ ରହିଛି ତାହା ଗାଈ ମାଲିକଙ୍କୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/lanjigarh-t2.jpg)