ବୋଲଗଡ଼ : ଖୋର୍ଦ୍ଧା ବନଖଣ୍ଡର ବୋଲଗଡ଼ ବ୍ଳକ୍ ମୁଣ୍ଡିଆପଡା ପାହାଡ଼ ପାଦଦେଶରେ ଥିବା ନାଗାପଲ୍ଳୀ ସଂରକ୍ଷିତ ଜଙ୍ଗଲ ଶୁଆମୁଣ୍ଡିଆରେ ଆଜି ପୁଣି ଏକ କଲରାପତରିଆ ବାଘର ଆତଙ୍କ ଦେଖିବାକୁ ମିଳିଛି । ଏହି ଅଞ୍ଚଳକୁ ଚରିବାକୁ ଯାଇଥିବା ଗାଈଗୋରୁଙ୍କ ମଧ୍ୟରୁ ଦୁଇଟି ଗୋରୁ ବାଘ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।
ପାଟବନ୍ଧ ଗ୍ରାମର ଅରବିନ୍ଦ ସାମନ୍ତରାୟଙ୍କ ଗାଈ ଓ ବାଛୁରୀ ବାଘ ଆକ୍ରମଣରେ ଗୁରୁତର ହୋଇଥିବା କଥା ସେ କହିଛନ୍ତି। ଗୋରୁଗୁଡିକ ଜଙ୍ଗଲରେ ଚରୁଥିବା ସମୟରେ ବାଛୁରୀଟିକୁ ବାଘ ଆକ୍ରମଣ କରିଥିଲା। ଗାଈଗୁଡ଼ିକ ରଡ଼ି ଛାଡ଼ିବାରୁ ବାଘ ପଳାଇଯାଇଥିଲା ବୋଲି ଅରବିନ୍ଦ କହିଛନ୍ତି। ବାଘ ଆକ୍ରମଣରେ ବାଛୁରୀର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗାଈଟି ମଧ୍ୟ ଖଣ୍ଡିଆଖାବରା ହୋଇଛି।
/sambad/media/post_attachments/wp-content/uploads/2020/07/Untitled-4-copy.jpg)
ଉଲ୍ଲେଖ ଥାଉକି ଏହି ଜଙ୍ଗଲରେ ରହୁଥିବା ବାଘ ଗତ ବର୍ଷ ଖଙ୍ଗୁରିଆ ଓ ସାଗରଗାଁ ଅଞ୍ଚଳରୁ ଚରିବାକୁ ଯାଉଥିବା ଗାଈଗୋରୁ, ଛେଳିମେଣ୍ଢାକୁ ଆକ୍ରମଣ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି ।ଏହି ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ବାଘର ପାଦଚିହ୍ନ ଚିହ୍ନଟ ହେବା ସହ ବାଘ ରହୁଥିବାର ଜଣାପଡିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/tig-1.jpg)