ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖାଯାଇଛି। ସଦର ରେଞ୍ଜ ଅଧୀନ ଧରମବନ୍ଧା ସେକ୍ସନର କଲମିଦାଦର ଗାଁ ପାଖ ଚୁଲାଭାଟ ପିଆର୍‌ଏଫ୍‌ ନିକଟରେ ପୁଣି ଗୋଟିଏ ବାଛୁରିକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି। ବାଛୁରିଟି ଆଜି ସକାଳେ ଗାଁ ନିକଟ ଚୁଲାଭାଟ ଜଙ୍ଗଲ ନିକଟକୁ ଚରିବାକୁ ଯାଇଥିଲା।

Advertisment

ସେହି ସମୟରେ କଲରାପତରିଆ ବାଘ ତାକୁ ମାରି ଖାଇଥିବା ଜଣାପଡ଼ିଛି। ବାଛୁରିକୁ ବାଘ ମାରୁଥିବା ଗ୍ରାମବାସୀ ମଧ୍ୟ ଦେଖିଥିବା କହିଛନ୍ତି। ପରେ ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ବାଛୁରିଟି କାହାର ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଘଟଣାସ୍ଥଳରେ ବାଘର ପାଦଚିହ୍ନ ରହିଥିବା ବନ ବିଭାଗ ସୂଚନା ଦେଇଛି।