ମହାବଳକୁ ମାରିଲା କିଏ?

ଘା’କୁ ଆଳ କରି ‌ଦୋଷ ଖସାଇବାକୁ ଉଦ୍ୟମ, ତଦନ୍ତ ପାଇଁ ଆସୁଛନ୍ତି ଏନ୍‌ଟିସିଏ ଟିମ୍‌, ବ୍ୟାଘ୍ରବଂଶ ବୃଦ୍ଧି ଯୋଜନା ସ୍ଥଗିତ

ଭୁବନେଶ୍ବର/ଅନୁଗୁଳ : ମଧ୍ୟ‌ପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ଆସିଥିବା ବାଘ ‘ମହାବୀର’କୁ ମାରିଦେଲେ। ଏହି ଖବର କେବଳ ଓଡ଼ିଶା ନୁେହଁ, ଜାତୀୟସ୍ତରରେ ମଧ୍ୟ ଆେଲାଡନ ସୃଷ୍ଟି କଲାଣି। କେମିତି ବାଘ ମଲା, ଏଥିପାଇଁ କିଏ ଦାୟୀ, ସେ ନେଇ ସବୁସ୍ତରରେ ତନାଘନା ଆରମ୍ଭ ହେଲାଣି। ଘଟଣାର ଗମ୍ଭୀରତା ଉପଲବ୍ଧି କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଏକ ବୈଠକ ନେଇଥିେଲ। ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିେଲ। ତେବେ ବୈଠକରେ କଣ ନିଷ୍ପତ୍ତି ହେଲା, ସେ ନେଇ କେହି ମୁହଁ ଖୋଲୁନାହାନ୍ତି।

ଏପଟେ ଘଟଣାକୁ ଭିନ୍ନ ରୂପ ଦେବା ଲାଗି ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଗଲାଣି। ଗତକାଲି ଦିନତମାମ ଘଟଣାକୁ ଚାପି ରଖିଥିବା ବନ ବିଭାଗ ଆଜି ନିଜ ଉପରୁ େଦାଷ ଝାଡିବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଛି। ପ୍ରାରମ୍ଭିକ ରିେପାର୍ଟକୁ ଆଧାର କରି ଆଜି ବିଭାଗ କହିଛି, ‘ମହାବୀର’ର ବେକରେ ଘା’ ହୋଇଥିଲା। ଏହା ଅଧିକ ସଂକ୍ରମଣ ହେବାରୁ ବାଘର ମୃତ୍ୟୁ ହୋଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଡ. ସନ୍ଦୀପ ତ୍ରିପାଠୀ ଆଜି ଗଣମାଧ୍ୟମକୁ ଏହି ସୂଚନା େଦଇଛନ୍ତି।

ପ୍ରଶ୍ନ ଉଠୁଛି, ବାଘ େବକରେ ଘା’ େହଲା। ଏ େନଇ କର୍ତୃପକ୍ଷ ଜାଣିପାରିେଲ ନାହିଁ େକମିତି? ଯଦି ଜାଣିଥିେଲ ବାଘର ଚିକିତ୍ସା ପାଇଁ କି ପଦକ୍ଷେପ ନିଆଯାଇଥିଲା? ଓୟୁଏଟି ଅଧିକାରୀମାେନ ଯାଇଥିେଲ କି? ଏମିତି ଅୟୁତ ପ୍ରଶ୍ନ ଉଙ୍କି ମାରିଲାଣି। ବିେଶଷଜ୍ଞ ମାେନ କହିଛନ୍ତି , ଏହି ମହାବୀରକୁ ବନ ବିଭାଗ ଜଙ୍ଗଲି ବାଘ େବାଲି କହିପାରିବ ନାହିଁ। କାରଣ େକନ୍ଦ୍ର ସରକାର ଏକ ନିର୍ଦିଷ୍ଟ େଯାଜନାରେ ହିଁ ଏହି ବାଘକୁ ଓଡ଼ିଶା ପଠାଇଥିେଲ। ଅତଏବ ଏହା ଉପରେ ଅଧିକାରୀମାେନ େଯତିକି ଦୃଷ୍ଟି େଦବା କଥା େଦଇନାହାନ୍ତି। େକବଳ େସତିକି ନୁେହଁ, ବାଘ େବକରେ କିଭଳି ଘା’ େହଲା? ତାକୁ େକହି ଫାଶରେ ପକାଇବା ଦ୍ବାରା େସ ଛାଟିପିଟି େହବା ବେଳେ କ୍ଷତ ସୃଷ୍ଟି େହାଇପାରିଥାଏ। ଏଭଳି ସ୍ଥଳେ କର୍ତୃପକ୍ଷ ଜାଣିପାରିେଲ ନାହିଁ େକମିତି?

ସବୁଠାରୁ ବଡ଼ କଥା େହଲା, ‘ମହାବୀର’ ମୃତ୍ୟୁକୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଅଧାରୁ ସ୍ଥଗିତ ରଖିଛନ୍ତି। ଏଥିସହ ଆସନ୍ତାକାଲି(ଶୁକ୍ରବାର) ଏନ୍‌ଟିସିଏ ଓ ଡବ୍ଲୁଆଇଆଇର ପ୍ରତିନିଧି ଦଳ ବାଘ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଓଡ଼ିଶା ଆସିବେ ବୋଲି ଏନ୍‌ଟିସିଏ ପକ୍ଷରୁ କୁହାଯାଇଛି। ହାତୀ ମୃତ୍ୟୁ ଘଟଣାକୁ େନଇ ଚର୍ଚ୍ଚା େଶଷ ନ େହଉଣୁ, ତିନି ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବାଘ ମରିବା ଘଟଣା ରାଜ୍ୟ ସରକାରଙ୍କ ମୁଣ୍ଡରେ କଳଙ୍କ େଲପିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ୧୪ ତାରିଖ ଅର୍ଥାତ୍‌ ଗତକାଲି ଦିନ ୧୦ଟା ପର୍ଯ୍ୟନ୍ତ ବାଘ ଚଳପ୍ରଚଳ କରୁଥିଲା। ସବୁ କିଛି ଠିକ୍‌ ଥିଲା। ରେଡିଓକୋଲାର ମାଧ୍ୟମରେ ସ୍ବତନ୍ତ୍ର ଟିମ୍‌ ଗତିବିଧି ଉପରେ ନଜର ରଖିଥିଲା। ଏହାପରେ ବାଘର ପତ୍ତା ମିଳି ନଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବାଘକୁ ଟ୍ରାକ୍‌ କରାଯାଇ ପାରି ନଥିଲା। ଅପରାହ୍ନ ୧ଟା ବେଳେ ଜଣାପଡ଼ିଥିଲା ଯେ ମହାବଳର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ରାଇଗଡ଼ଠାରୁ ନୂଆଗାଁ ରାସ୍ତା ପାର୍ଶ୍ବରେ ବାଘର ମୃତଦେହ ଠାବ କରାଯାଇଥିଲା। ମୁଖ୍ୟ ରାସ୍ତାଠାରୁ ୩୦୦ ମିଟର ଦୂରରେ ବାଘର ମୃତଦେହ ପଡ଼ିଥିଲା। ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିଥିଲା ଯେ ବାଘ ବେକ ପାଖରେ ଏକ ଘ‌ା’ ହୋଇଛି। ୫ ଦିନ ତଳେ ଏହି ଘା’ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଘା’ ଅଧିକ ସଂକ୍ରମିତ ହେବା ଦ୍ବାରା ବାଘ ମୃତ୍ୟୁ ହୋଇଛି। କିନ୍ତୁ କେଉଁଥିପାଇଁ ବାଘର ବେକରେ ଘା’ ହେଲା ତାହା ଜଣାପଡ଼ୁନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର କାରଣ ଜଣାପଡ଼ିବ ‌ବୋଲି ସେ କହିଥି‌ଲେ।

ତେବେ ବାଘ ମୃତ୍ୟୁ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ମତକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଶେଷଜ୍ଞ। ସେମାନେ ସିଧାସଳଖ ବନ ବିଭାଗର ପାରିବା ପଣିଆ ନେଇ ପ୍ରଶ୍ନ ଉଠାଇବା ସହ ବାଘଙ୍କୁ ସୁରକ୍ଷା ଦେବାରେ ଅଧିକାରୀଙ୍କ ଆନ୍ତରିକତା ନଥିବା କହିଛନ୍ତି। ଅଭିଯୋଗ କରିଛନ୍ତି ଯେ ଯଦି ୫ ଦିନ ପୂର୍ବରୁ ବାଘ ବେକରେ ଘା‌’ ହୋଇଥିଲା, ତେବେ ବନ ବିଭାଗ ଅଧିକାରୀମାନେ ଜାଣିପାରିଲେ ନାହିଁ କେମିତି? ଯେଉଁ ଅଧିକାରୀ ସାତକୋଶିଆ ଭିତରେ ଗାଡ଼ିରେ ବୁଲି ବାଘର ଗତିବିଧି ଉପରେ ନଜର ରଖିଥିଲେ ସେମାନେ କ’ଣ କରୁଥିଲେ? ପ୍ରତିଦିନ ଯଦି ଠିକ୍‌ ଭାବେ ବାଘ ଉପରେ ନଜର ରଖାଯାଇଥାନ୍ତା ତାହା ହେଲେ ଏତେବଡ଼ ଦୁର୍ଘଟଣା ହୋଇ ନଥିଲା।

ପରିବେଶବିତ୍‌ ତଥା ଶବ ବ୍ୟବଚ୍ଛେଦ ବେଳେ ଏନ୍‌ଟିସିଏ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବିଶ୍ବଜିତ୍‌ ମହାନ୍ତିଙ୍କ କହିବାନୁଯାୟୀ ବାଘର ବେକ ଚାରିପଟେ ଘା’ ହୋଇଥିଲା। ୫ରୁ ୬ ଦିନ ତଳେ ଘା’ ହୋଇଥିବା ଅନୁମାନ କରାଯାଉଛି। ଘା’ରେ ସମ୍ପୂର୍ଣ୍ଣ ପୋକ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ମୃତ୍ୟୁ ହୋଇଛି। ବାଘ ଶରୀରର ଅନ୍ୟ ସବୁ ଅଙ୍ଗ ଠିକ୍‌ ରହିଛି। ଦାନ୍ତ, ନଖ, ଚମଡ଼ାରେ କୌଣସି ଆଘାତ ହୋଇନି। ‌ପୂର୍ବରୁ ଦେଖାଯାଇଛି ‌ଯେ ବନ୍ୟଜନ୍ତୁଙ୍କ ଶିକାର ପାଇଁ ଜଙ୍ଗଲରେ ବସୁଥିବା ଫାଶରେ ପଡ଼ିବା ଦ୍ବାରା ବାଘ ଓ ଚିତାବାଘଙ୍କ ବେଗରେ ଏଭଳି ଦାଗ ହୋଇଥାଏ। ପରବର୍ତ୍ତୀ ସମୟରେ ତାହା ଘା’ ରୂପ ନେଇଥାଏ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ।

ବାଘ ମୃତ୍ୟୁର ୧୨ ଘଣ୍ଟା ପରେ କାରଣ ଖୋଜିବାରେ ଲାଗିପଡ଼ିଛନ୍ତି ବନ ବିଭାଗର ଅଧିକାରୀ। ଘନଘନ ବୈଠକ ଜାରି ରଖିଛନ୍ତି। ବାଘ ମୃତ୍ୟୁର କାରଣ ଖୋଜିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ର ଡିଏଫ୍‌ଓ ରାମାସ୍ବାମୀ ପି.ଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଇତିମଧ୍ୟରେ ଶବ ବ୍ୟବଚ୍ଛେଦ ଶେଷ ହୋଇଛି। ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୩ଟା ମଧ୍ୟରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଦଳରେ ୩ ଜଣ ଡାକ୍ତରଙ୍କ ସମେତ ଏନ୍‌ଟିସିଏ ପ୍ରତିନିଧି ବିଶ୍ବଜିତ୍‌ ମହାନ୍ତି, ଫିଲ୍ଡ ଡାଇରେକ୍ଟର ଓ ଦୁଇ ଜଣ ଡିଏଫ୍‌ଓ ଏହି ପ୍ରତିନିଧି ଦଳରେ ରହିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଏନ୍‌ଟିସିଏର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁଯାୟୀ ଆସୁଥିବା ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶବ ବ୍ୟବଚ୍ଛେଦ ପରେ ପୋଡ଼ି ଦିଆଯାଇଛି। ରୋଗର କାରଣ ଓ ବାଘର ଡିଏନ୍‌ଏ ‌ଟେଷ୍ଟ ପାଇଁ ‘ମହା‌ବୀର’ର ଅଙ୍ଗ ଓ ପେଶୀକୁ ଡେରାଡୁନ୍‌ସ୍ଥିତ ଡବ୍ଲୁଆଇଆଇ ଓ ବାଙ୍ଗାଲୁରୁସ୍ଥିତ ନ୍ୟାସନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍ସକୁ ପଠାଯିବ ବୋଲି ପିସିସିଏଫ୍‌ ଶ୍ରୀ ତ୍ରିପାଠୀ କହିଛନ୍ତି। ବାଘକୁ ଟ୍ରାକ୍‌ କରିବା ପାଇଁ ବେକରେ ଲାଗିଥିବା ରେଡିଓକୋଲାର ଦ୍ବାରା ଘା’ ହୋଇଥିବା ଅଭିଯୋଗକୁ ପିସିସିଏଫ୍‌ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର