ଶିମିଳିପାଳରେ ପୁଣି କମିଲେ ବାଘ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବର୍ଷର ପ୍ରଥମ ବାଘ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତ ୨୮ ତାରିଖରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ଗଣନା ଚାଲିଥିଲା। ଏଥିରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ୨୦୧ଟି ବିଟ୍‌ର ସମସ୍ତ କର୍ମଚାରୀ ନିୟୋଜିତ ହୋଇଥିଲେ। ଅଭୟାରଣ୍ୟର କୋର୍‌ ଓ ବଫର ଏରିଆରେ କ୍ୟାମେରା ଲଗା ଯାଇଥିଲା। ମଳ, ପାଦଚିହ୍ନ, ଆମ୍ପୁଡ଼ା ଓ କ୍ୟାମେରା ଏପରି ୪ଟି ଉପାୟରେ ଗଣନା ହୋଇଥିଲା। ତେବେ ଗଣନାର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇନଥିଲେ ବି ଏଥର ବାଘସଂଖ୍ୟା କମିଥିବା ସୂଚନା ଦେଇଛି ବନବିଭାଗ। ୨୦୧୬ ମସିହା ଗଣନାରେ ଶିମିଳିପାଳରେ ୨୬ଟି ବାଘ ଥିବା ସୂଚନା ରହିଥିଲା। ତେବେ ଏଥର ଏହି ସଂଖ୍ୟା କମିଛି। ଶିମିପାଳରୁ ପଶ୍ଚିମବଙ୍ଗ ପଟକୁ ଓ ହଦଗଡ଼ ବନାଞ୍ଚଳକୁ କିଛି ବାଘ ଚାଲି ଯାଇଥିବା କହୁଛି ବନବିଭାଗ। ତେବେ ବିଭାଗର ରିପୋର୍ଟ ଠିକ୍‌ ନୁହଁ ଓ ଠିକଣା ଢଙ୍ଗରେ ଗଣନା ହେଉନଥିବା ଅଭିଯୋଗ କରିଛନ୍ତି ଅବସରପ୍ରାପ୍ତ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ।

ସମ୍ବନ୍ଧିତ ଖବର