ପାଟଣାଗଡ଼: ପ୍ରସିଦ୍ଧ ହରିଶଙ୍କର ପୀଠଠାରେ ସୋମବାର ରାତିରେ ଏକ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। କିଛି ଲୋକ ବାଘକୁ ଦେଖିଥିବା ପରେ ହରିଶଙ୍କର ବନ ବିଭାଗକୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ଖପ୍ରାଖୋଲ ରେଞ୍ଜର ଦାୟିତ୍ବରେ ଥିବା ପ୍ରଭାତୀ ସେଠଙ୍କୁ ପଚରାଯିବାରୁ ୨-୩ ଜଣ ବାଘର ଫଟୋ ପଠାଇବା ସହ ସୂଚନା ଦେଇଥିଲେ। ଅଞ୍ଚଳରେ କଲରାପତରିଆ ବାଘ ରହିଥିବା ଜଣାପଡ଼ିଛି। ହେଲେ ଜନବସତି ସ୍ଥାନକୁ କେବେ ଆସି ନଥିଲା। ହରିଶଙ୍କରର ନୂତନ ପାର୍କିଂ ସ୍ଥାନ ସଂଲଗ୍ନରେ ଦୋକାନୀମାନେ ନିଜ ନିଜ ପରିବାରକୁ ନେଇ ରହୁଥିବା ବେଳେ ସେଠାକାର ଲୋକଙ୍କ ସହ ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ହରିଶଙ୍କରରେ ବୁଲୁଛି ବାଘ, ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2022/01/tiger-1.jpg)
/sambad/media/agency_attachments/2024-07-24t043029592z-sambad-original.webp)