ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ : ଜରୁରୀ ପରିସ୍ଥିତି ପାଇଁ କାର୍‌କେଡ ପ୍ରସ୍ତୁତ

ଭୁବନେଶ୍ୱର : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ସଜାଗ ହୋଇ ରହିଛି କମିସନରେଟ ପୁଲିସ। ଭୁବନେଶ୍ୱରରେ କୌଣସି କାର୍ଯ୍ୟକ୍ରମ ନଥିଲେ ମଧ୍ୟ ଜରୁରୀ ପରିସ୍ଥିତି ପାଇଁ କାର୍‌କେଡ୍‌ ପ୍ରସ୍ତୁତ ହୋଇ ରହିଛି। ସେଥିପାଇଁ ଆଜି ବିଜୁ ପଟ୍ଟନାୟକ ବିମାନବନ୍ଦରୁ ରାଜଭବନକୁ କାର୍‌କେଡ୍‌ ରିହର୍‌ସାଲ୍‌ କରାଯାଇଥିଲା।

ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରେ ଅବତରଣ କରିବା ପରେ ସିଧାସଳଖ ହେଲିକ୍‌ପ୍ଟର ଯୋଗେ ତାଳଚେର ଗସ୍ତ କରିବେ। ରାଜଧାନୀରେ ଅବସ୍ଥାନ ନେଇ କୌଣସି କାର୍ଯ୍ୟକ୍ରମ ନାହିଁ। ତେବେ ପ୍ରୋଟୋକଲ ଦୃଷ୍ଟିରୁ କମିସନରେଟ ପୁଲିସ ପକ୍ଷରୁ କାର୍‌କେଡ ପ୍ରସ୍ତୁତ ରହିଛି। କୌଣସି ପ୍ରକାର ଜରୁରୀ ପରିସ୍ଥିତି କିମ୍ବା ପ୍ରତିକୂଳ ପରିବେଶ ପାଇଁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କାର୍‌କେଡର ବନ୍ଦୋବସ୍ତ କରାଯାଇଛି। ସେହିଭଳି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ ଓ ଆପୋଲ ହସ୍ପିଟାଲ ପର୍ଯ୍ୟନ୍ତ ମଧ୍ୟ କାର୍‌କେଡ୍‌ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି। ସେଥିପାଇଁ ଆବଶ୍ୟକ ପୁଲିସ ବଳ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର