କଟକ : ଜିଲ୍ଲାର ତିଗିରିଆ ବ୍ଲକ୍ ଅଞ୍ଚଳରୁ ୨ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ପଡିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମଙ୍ଗଳବାର ୧୨ଘଣ୍ଟା ବନ୍ଦ ରହିବ ତିଗିରିଆ। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ତିଗିରିଆ, ନୂଆପାଟଣା ନୂଆସଡକ, ପାଞ୍ଚଗାଁ, ବିନ୍ଧାଣିମା, ଜମାଦେଇପୁର, ଅଚଳକୋଟ। ପୂରା ଅଞ୍ଚଳ ସିଲ୍ ରହିବ। ଦୋକନ ବଜାର ବନ୍ଦ ରହିବ ଓ ତିଗିରିଆ ବ୍ଲକ୍ର ସମସ୍ତ ବଜାର, ରାସ୍ତାଘାଟକୁ ସାନିଟାଇଜ୍ କରାଯିବ। ଏ ସଂପର୍କରେ ତିଗିରିଆ ବିଡିଓ ଦୀପ୍ତିମୟୀ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ସଟ୍ଡାଉନ୍ ନୁହେଁ ସାରା ବ୍ଲକ୍କୁ ବିଶୋଧନ ପାଇଁ ୧୨ଘଣ୍ଟା ଯାତାୟତ ବନ୍ଦ ରଖାଯାଇଛି। ଏହି ସମୟରେ ଲୋକେ ଘରୁ ବାହାରିବେ ନାହିଁ, କି ଦୋକାନ ବଜାର ମଧ୍ୟ ସବୁ ବନ୍ଦ ରହିବ।
ପୂର୍ବବର୍ତ୍ତୀ ଖବର
ମଦ ପାଇଁ ଚାଖଣାର ବ୍ୟବସ୍ଥା କରି ନପାରିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର