କନ୍ଧମାଳ: ବଦଲା ରାସ୍ତାରେ ଛୁଆକୁ ଧରି ବୁଲୁଛି ବାଘୁଣି, ଲୋକେ ଭୟଭୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଚକାପାଦ ବଦଲା ରାସ୍ତାରେ ବାଘୁଣି ଛୁଆକୁ ଧରି ବୁଲୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ବନ ବିଭାଗର କର୍ମଚାରୀମାନେ ସଜାଗ ରହି ବାଘୁଣିର ଗତିବିଧି ଉପରେ ନଜର ରଖିଛନ୍ତି। ପ୍ରତକ୍ଷଦର୍ଶୀ ବ୍ରାହ୍ମଣପାଦର ନାରାୟଣ ସାହୁ ଓ ରୁନା ସାହୁଙ୍କ କହିବା ଅନୁଯାୟୀ ରବିବାର ଅପରାହ୍ନରେ ସେମାନେ ବଦଲାରୁ ବ୍ରାହ୍ମଣପାଦକୁ ବାଇକରେ ଆସୁଥିବା ବେଳେ ରାସ୍ତାରେ ଛୁଆକୁ ଧରି ବାଘୁଣି ବୁଲାବୁଲି କରୁଥିଲା। ଅଧ କିଲୋମିଟର ଦୂରରେ ସେମାନେ ବାଘୁଣିକୁ ଦେଖି ଅଟକି ଯାଇଥିଲେ। ତା’ପରେ କିଛି ସମୟ ପରେ ଛୁଆକୁ ଧରି ବାଘୁଣି ପାଖ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଏ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ସମସ୍ତଙ୍କ ଘରେ କବାଟ ପଡ଼ି ଯାଇଛି। ଟିକାବାଲି ରେଞ୍ଜର ବୈରାଗୀ ଚରଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଛୁଆକୁ ଧଣି ବାଘୁଣି ବଦଲା ରାସ୍ତାରେ ବୁଲାବୁଲି କରୁଥିବା ବନ ବିଭାଗ ପାଖରେ ଖବର ରହିଛି। ଏଥି ପାଇଁ ବନ ବିଭାଗ ସତର୍କ ରହିଛି। ଆସନ୍ତାକାଲି ବାଘୁଣିର ପଦଚିହ୍ନ ପରେ ଅନୁଧ୍ୟାନ କରାଯିବ।

ସମ୍ବନ୍ଧିତ ଖବର