ଅନୁଗୁଳ : ଶେଷରେ ସାତକୋଶିଆର ‘ସୁନ୍ଦରୀ’ ଅଧ୍ୟାୟରେ ସବୁଦିନ ପାଇଁ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଦୀର୍ଘ ବର୍ଷେ ହେଲା ରାଇଗୁଡ଼ା ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ଫେରିଯିବ। ଏହି ଘଟଣା ଗୋଟିଏ ପଟେ ସାତକୋଶିଆ ଅଭୟାରଣ୍ୟବାସୀଙ୍କୁ ଆଶ୍ବସ୍ତ କରିଛି। ହେଲେ ସାତକୋଶିଆରେ ମହାବଳ ସଂପ୍ରସାରଣ ପ୍ରକଳ୍ପକୁ ଝଟକା ଲାଗିଛି।

Advertisment

୨୦୧୮, ଜୁନ୍‌ ୨୧ତାରିଖରେ କାହ୍ନା ଅଭୟାରଣ୍ୟରୁ ଯୁବ ମହାବଳ ମହାବୀର ସାତକୋଶିଆ ଆସିଥିଲା। ମହାବଳ ବ˚ଶ ବୃଦ୍ଧିରେ ତା’ର ସାଥ୍‌ ଦେବା ପାଇଁ ବାନ୍ଧବଗଡ଼ରୁ ଆସିଥିଲା ବାନ୍ଧବୀ ‘ସୁନ୍ଦରୀ’। ମାତ୍ର ୧୫ଦିନ ପରେ ଯୁବ ମହାବଳ ସିନା ଏନ୍‌କ୍ଲୋଜରରୁ ମୁକୁଳିଲା, କିନ୍ତୁ ବାଘୁଣୀ ତାର ବାଡ଼ ଘେରାରେ ବନ୍ଦୀ ହୋଇ ଦୀର୍ଘ ୫୦ଦିନ କାଳ ରହିଗଲା। ଦୀର୍ଘ ଦିନ ଧରି ବାଘୁଣୀକୁ ଏହିପରି ବନ୍ଦୀ କରି ରଖିବା ଘଟଣା ସେତେବେଳେ ସନ୍ଦେହ ସୃଷ୍ଟି କରିଥିଲା। ବାଘୁଣୀ ପୋଷା ବନିଯିବ କି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଥିଲେ। ବିଳମ୍ବରେ ହେଲେ ବି ସେହିବର୍ଷ ଅଗଷ୍ଟ ୧୭ତାରିଖରେ ବନ ବିଭାଗ ବିନା ପ୍ରସ୍ତୁତିରେ ବାଘୁଣୀକୁ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ମୁକ୍ତ କରିଥିଲା। ତା’ ପରଠାରୁ ଆରମ୍ଭ ହୋଇଥିଲା ସାତକୋଶିଆରେ ଆରମ୍ଭ ହୋଇଥିଲା ‘ସୁନ୍ଦରୀ’ର ଉନ୍ମତ୍ତ କାଣ୍ତ।

ଯାହା ସନ୍ଦେହ କରାଯାଉଥିଲା ସେୟା ହିଁ ହେଲା। ସାତକୋଶିଆର ବିରାଟ ଘଞ୍ଚ ଜଙ୍ଗଲ ଏବ˚ ଭରପୂର ତୃଣଭୋଜି ଶିକାର ଥାଉ ଥାଉ ବାଘୁଣୀ ଜଙ୍ଗଲକୁ ଗଲା ନାହିଁ, ବର˚ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇଲା। ହାତୀବାରିର ମହିଳା କୈଳାସୀ ସାଏ ଏବ˚ ଟାଇଁସିର ଚାଷୀ ତ୍ରିନାଥ ସାହୁଙ୍କୁ ଘୋଷାଡ଼ି ଜୀବନ ନେଲା। ଅନେକ ଗାଈ, ବଳଦଙ୍କୁ ମଧୢ ଶିକାର କଲା। ବାଘୁଣୀର ଏତାଦୃଶ୍ୟ ଚାଲିଚଳନ ସାତକୋଶିଆ ବନବାସୀଙ୍କୁ କେବଳ କ୍ଷୁବ୍ଧ କଲା ନାହିଁ, ବର˚ ଟିକରପଡ଼ା‌େର ଲଙ୍କାକାଣ୍ତଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ପୁଲିସ ସହିତ ଲୋକଙ୍କ ଖଣ୍ତଯୁଦ୍ଧ ପର୍ଯ୍ୟନ୍ତ କେବଳ ସୁନ୍ଦରୀକାଣ୍ତରୁ ହିଁ ସୂତ୍ରପାତ ହୋଇଥିଲା। ମାତ୍ର ୫୦ଦିନର ଜଙ୍ଗଲ ଭ୍ରମଣ ମଧୢରେ ବାଘୁଣୀ ଶହେ ଖଣ୍ତ ଗାଁକୁ ଥରହର କରାଇଥିଲା। ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଟାଇଁସି ଚାଷୀ ମୃତ୍ୟୁ ଘଟଣା ପରେ ବାଘୁଣୀକୁ କାବୁ କରିବା ପାଇଁ ସରକାର ଘୋଷଣା କରିଥିଲେ। ଟ୍ରାଙ୍କୁଲାଇଜ୍‌ ପାଇଁ ଶିମିଳିପାଳ, ଓୟୁଏଟି, ନନ୍ଦନକାନନ, କାହ୍ନା, ପେଞ୍ଚ ଏବ˚ ଡବ୍ଲ୍ୟୁଆଇଆଇର ବିଶେଷଜ୍ଞମାନେ ସୁନ୍ଦରୀ କାବୁ ଅଭିଯାନରେ ଲାଗି ଥରକୁ ଥର ବିଫଳ ହେଲେ। ୧୫ଦିନର ଲୁଚକାଳି ପରେ କାବୁ ହେଲା। ତା’ ପରଠାରୁ ବର୍ଷେରୁ ଅଧିକ ଦିନ ପର୍ଯ୍ୟନ୍ତ ବାଘୁଣୀ ବନ୍ଦୀ ଜୀବନ କାଟୁଛି।