ନନ୍ଦନକାନନକୁ ଆସିବନି ବାଘୁଣୀ ‘ସୁନ୍ଦରୀ’, ଏବେ ବାଘୁଣୀ ରହିବ କେଉଁଠି?

ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଦୀର୍ଘ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ‘ସୁନ୍ଦରୀ’କୁ ଭୁବନେଶ୍ୱର ନନ୍ଦନକାନନରେ ରଖାଯାଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି। ଏ ନେଇ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ପସିସିଏଫ ଓଡ଼ିଶାକୁ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ, ଜଙ୍ଗଲୀଜନ୍ତୁଙ୍କୁ ଚିଡିଆଖାନାରେ ରଖାଯିବାର ନିୟମ ନାହିଁ। କେନ୍ଦ୍ରୀୟ କତ୍ତୃପକ୍ଷଙ୍କ ଚିଠି ଆସିବା ପରେ ସୁନ୍ଦରୀକୁ କେଉଁଠି ରଖାଯିବ ସେ ନେଇ ପ୍ରଶ୍ନ ଉଠିଛି।

ଦୁଇ ଦିନ ତଳେ ବାଘୁଣୀ ସନ୍ଦୁରୀ ବନ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଅନୁଗୁଲ ଜିଲ୍ଲାର ମଝିପଡ଼ା ଜଙ୍ଗଲରେ ମଙ୍ଗଳବାର ହାତୀ ପିଠିରୁ ବନ ବିଭାଗର ନିଶ୍ଚେତକ ଟିମ ବାଘୁଣୀକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲେ। ଏହା ପରେ ବାଘୁଣୀକୁ ନନ୍ଦନକାନନ ସ୍ଥାନାନ୍ତର ହେବ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ, ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସାତିକୋଶିଆରେ ଛଡ଼ାଯାଇଥିିବା ବାଘୁଣୀ ସୁନ୍ଦରୀ ସାତକୋଶିଆର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଲୋକଙ୍କୁ ମାରିବା ପରେ ଏ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ବୃଦ୍ଧି ପାଇଥିଲା। ତେଣୁ ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ଅକ୍ଟୋବର ମାସରୁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସବୁଥର ବନବିଭାଗକୁ ଚକ୍‌ମା ଦେଖାଇ ସୁନ୍ଦରୀ ଖସି ଯାଉଥିଲା ଏଥିପାଇଁ ମଧ୍ୟପ୍ରଦେଶରୁ ବିଶେଷଜ୍ଞମାନେ ଆସିଥି.ଲେ ମଧ୍ୟ ସେମାନେ ବି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇପାରି ନ ଥିଲେ। ଶେଷରେ କୁମ୍‌କୀ ହାତୀ ଯଶୋଦାକୁ ନେଇ ବାଘୁଣୀକୁ ସାମ୍‌ନା କରିବାକୁ ବାହାରିଥିଲେ ବିଶେଷଜ୍ଞମାନେ। ଗତ ୫ ଦିନ ମଧ୍ୟରେ ବାଘୁଣୀ ‘ସୁନ୍ଦରୀ’ ଓ ହାତୀ ‘ଯଶୋଦା’ ୪ ଥର ମୁହାମୁହିଁ ହୋଇଥିଲେ ମଧ୍ୟ ତାକୁ ଟ୍ରାଙ୍କୁଲାଇଜ୍‌ କରିବାରେ ବିଶେଷଜ୍ଞମାନେ ସଫଳ ହୋଇ ପାରି ନ ଥିଲେ।

 

ସମ୍ବନ୍ଧିତ ଖବର