ପୁଣି ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ‘ସୁନ୍ଦରୀ’: ଦୁଇ ବର୍ଷରେ ତୃତୀୟ ଥର ପାଇଁ କରାଗଲା ଟ୍ରାଙ୍କୁଲାଇଜ୍‌, ବେକରୁ କଢାଗଲା ରେଡ଼ିଓ କୋଲାର 

ଅନୁଗୁଳ: ସାତକୋଶିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଆସିଛି ଆଉ ଏକ ବଡ଼ ଖବର। ପୁଣି ଥରେ ବାଘୁଣୀ ସୁନ୍ଦରୀକୁ କରାଯାଇଛି ଟ୍ରାଙ୍କୁଲାଇଜ୍‌। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଦୁଇ ବର୍ଷ ମଧ୍ୟରେ ‘ସୁନ୍ଦରୀ’କୁ ତିନି ତିନି ଥର ଟ୍ରାଙ୍କୁଲାଇଜ୍‌ କରାଯାଇସାରିଲାଣି।

ମିଳିଥିବା ସୂଚନା ଅନୁସାରେ, ସାତକୋଶିଆ ରାଇଗୁଡା ଏନକ୍ଲୋଜରରେ ବାଘୁଣୀ ସୁନ୍ଦରୀ ମୋଟା ହେବା କାରଣରୁ ବେକରେ ଲାଗିଥିବା ରେଡ଼ିଓ କୋଲାର ଚାପି ହୋଇଯାଇଥିଲା। ସାତକୋଶିଆ ଡିଏଫଓ ଭେଟ୍ରିନାରୀ ଡାକ୍ତର ଓ ଶିମିଳିପାଳ ଟିମ ସମେତ ୧୦ଜଣିଆ ଟିମ ମିଳିତ ଉଦ୍ୟମରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରେଡ଼ିଓ କୋଲାରକୁ ବାହାର କରାଯାଇଛି। ବର୍ତ୍ତମାନ ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ନେଇ ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ।

ସମ୍ବନ୍ଧିତ ଖବର