ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ମାନିଲେନି ଟିକାଇ ଓ ସବିତା 

କୋରାପୁଟ: ସୁସ୍ଥ ଲୋକତନ୍ତ୍ର ଚାହୁଁଥିବା ଓଡ଼ିଶାରେ ଏହି ସର୍ବଦଳୀୟ ନେତୃବୃନ୍ଦ କାହିଁକି ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ଚାହୁଁଛନ୍ତି। କାହିଁକି କୋଟିଆ ପଞ୍ଚାୟତର ପ୍ରତିଟି ୱାର୍ଡସଭ୍ୟ, ସମିତି ସଭ୍ୟ ଓ ସରପଞ୍ଚ ପଦବୀକୁ ସିଲେକ୍ସନ ମାଧ୍ୟମରେ କରିବାକୁ ଚାହୁଁଛନ୍ତି ତାହା ଅସ୍ପଷ୍ଟ ରହିଛି। କୋଟିଆରେ ସରପଞ୍ଚ ପାଇଁ ୯ଟି ପ୍ରାର୍ଥୀପତ୍ର ଓ ୱାର୍ଡ ସଭ୍ୟ ପାଇଁ ୧୩ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବାବେଳେ ସବୁ କାଏମ ରହିଥିବା ଜଣାପଡିଛି। ତେବେ ଆଜିସର୍ବଦଳୀୟ ନେତା ମଧ୍ୟରୁ ବିଧାୟକ ପ୍ରୀତମ ପାଢୀ, ବିଧାୟକ ରଘୁରାମ ପୋଡାଲ, ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପ୍ରଫୁଲ ପାଙ୍ଗୀ, ବିଜେପି ନେତା ଜୟରାମ ପାଙ୍ଗୀଙ୍କ ସହ ବହୁ ନେତା ଆଜି କୋଟିଆକୁ ଯାଇଥିବା ଜଣାପଡିଛି। ସେଠାରେ ସରପଞ୍ଚ, ୱାଡ ସଭ୍ୟକୁ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିବାକୁ କୁହାଯାଇଥିଲେ ସେମାନେ ମନା କରିଥିବା ଜଣାପଡିଛି।

ସେହିପରି ପଟାଙ୍ଗୀ ଜୋନ-୧ ପାଇଁ ପ୍ରାର୍ଥି ହୋଇଥିବା ଟିକାଇ ଗେମେଲ୍‌ ଓ ସାବିନା ବୁଡିଆ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ମନା କରିଥିବା ଜଣାପଡିଛି। ପୂର୍ବରୁ ଆନ୍ଧ୍ର ସରକାର କୋଟିଆରେ ପଶିବାକୁ ସହାସ କରୁ ନ ଥିଲେ। ନିର୍ବାଚନ କରିବା ନାଁ କରୁଥିଲେ ମନୋନୟନ। ଗତବର୍ଷ ମେ ମାସରେ ପ୍ରଥମ ଥର ପାଇଁ ଆନ୍ଦ୍ର ସରକାର ଓଡ଼ିଶା ଭିତରେ ପଶି ଫୋର୍ସ ପୁରାଇ କରାଇନେଲା ପଞ୍ଚାୟତ ନିର୍ବାଚନ। କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶ ସ୍ବାଧୀନ ହେଲା ଦିନରୁ କୋଟିଆରେ ହେଉଥିଲା ନିର୍ବାଚନ। ସ୍ଥାନୀୟ ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ସବୁ ନିର୍ବାଚନ ପକ୍ରିୟାରେ ଭାଗ ନେଇ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ର କରିବାକୁ ଚାହୁଁଥିଲେ। ଏବେ ଓଡ଼ିଶା ପକ୍ଷରୁ କୋଟିଆ ଗ୍ରାମପୁଞ୍ଜର ୨୨ଟି ଗାଁ ୧୬ରୁ ଅଧିକ ପଡାଗାଁରେ ନିର୍ବାଚନ ରହିଥବାବେଳେ ଆନ୍ଧ୍ର ଢାଞ୍ଚାକୁ ଧରିବାକୁ ବସିଛନ୍ତି ସର୍ବଦଳୀୟ ନେତୃବୃନ୍ଦ। ଇଲେକ୍ସନ ବଦଳରେ କାହିଁକି ହେବ ସିଲେକ୍ସନ ତାହା ଜଣାପଡୁନାହିଁ। କାହିଁକି ଆନ୍ଧ୍ରର ଢାଞ୍ଚାକୁ ଧରି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ତାହା ଜଣାପଡୁନାହିଁ। ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ସର୍ବଦଳୀୟ ନେତାଙ୍କ ସମର୍ଥନରେ ପଟାଙ୍ଗୀ ଜୋନ-୧ ଜିଲ୍ଲା ପରିଷଦ ପାଇଁ ମମତା ଜାନୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସ୍ବାଧୀନ ଭାବେ ଟିକାଇ ଗେମେଲ୍‌ ଓ ସବିତା‌ ବୁଢିଆ ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର କାଏମ ରହିଥିବାବେଳେ ତ୍ରିମୂଖି ଲଢେଇ ହେବା ଶୁନିଶ୍ଚିତ ହୋଇଛି।

ଏନେଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ ସବୁ ନାଗରିକଙ୍କ ପରି କୋଟିଆବାସୀଙ୍କର ମଧ୍ୟ ମତଦାନର ଅଧିକାର ରହିଛି। କାହିଁକି ଓ କେଉଁ ପରିସ୍ଥିତିରେ ଏହ ନାଗରିକଙ୍କର ସମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ତାହା ଜଣାପଡୁନି। ରାଜ୍ୟ ନିର୍ବାଚନ ଆୟୋଗ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେ ଦାବିକରିଛନ୍ତି।

ଏନେଇ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି ଯେ କୋଟିଆରେ ଆନ୍ଧ୍ରର କିଛି ସମର୍ଥକ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ଦେଇଛନ୍ତି। ଯଦି ସେମାନେ ସରପଞ୍ଚ ହେଲେ ତେବେ ଓଡ଼ିଶା ପାଇଁ ଶୁଭଦାୟକ ନୁହେଁ। ତେଣୁ ସେମାନଙ୍କ ସହ ଆଲୋଚନା ରହିଛି, ଆଲୋଚନା ପରେ କୁହାଯିବ ବୋଲି ସେ କହିଛନ୍ତି।

କୋରାପୁଟ ବିଧାୟକ ରଘୁରାମ ପୋଡାଲ କହିଛନ୍ତି ଯେ ସର୍ବସମ୍ମତି କ୍ରମେ ମମତା ଜାନୀଙ୍କୁ ପ୍ରାର୍ଥି କରାଯାଇଥିଲା। ହେଲେ ଟିକାଇ ଓ ସବିନା ପ୍ରାର୍ଥ ହୋଇଥିବାରୁ ତାଙ୍କୁ ବୁଝାସୁଝା ଚାଲିଛି। ସେମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ କରିବେ କି ନାହିଁ ଖୁବଶୀଘ୍ର ଜଣାପଡିବ ବୋଲି ସେକହିଛନ୍ତି।

ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ଆଜି ସର୍ବଦଳୀୟ ବୈଠକ ବସିଥିଲା। ସେଠାରେ ପଟାଙ୍ଗୀ ଜୋନ-୧ ପ୍ରାର୍ଥିପତ୍ର ଦଖଲ କରିଥିବା ମମତା ଜାନୀ, ଟିକାଇ ଗେମେଲ ଓ ସବିନା ବୁଡିଆଙ୍କ ଉପରେ ଆଲୋଚନ ହୋଇଛି। ଏହାସହ କୋଟିଆରେ ୯ଜଣ ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ଏହାପରେ ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର